ଭୋଟ ଗଣତିର ଦୁଇ ଦିନ ପୂର୍ବରୁ ଏକାଠି ହେଲେ ଏନଡିଏର ସଦସ୍ୟ ଦଳ

ନୂଆଦିଲ୍ଲୀ : ଇଭିଏମ ପ୍ରସଙ୍ଗକୁ ନେଇ ଗୋଟିଏ ପଟେ ଆଜି ୨୨ଟି ବିରୋଧୀ ଦଳ ଏକାଠି ହୋଇଥିବାବେଳେ ଶାସକ ଏନଡିଏର ପ୍ରମୁଖ ସଦସ୍ୟ ଦଳମାନେ ଆଜି ନୂଆଦିଲ୍ଲୀର ଅଶୋକା ହୋଟେଲରେ ଏକାଠି ହୋଇଛନ୍ତି । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପକ୍ଷରୁ ଦିଆଯାଇଥିବା ନୈଶ୍ୟ ଭୋଜିରେ ଏନଡିଏ ଦଳମାନେ ଏକାଠି ହୋଇଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି । ଆସନ୍ତା ୨୩ରେ ଭୋଟ ଫଳାଫଳ ପ୍ରକାଶ ପାଇବାକୁ ଥିବାରୁ ଏହି ବୈଠକର ଗୁରୁତ୍ୱ ବଢିଯାଇଛି । ଏଥିରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ,  ଜେଡିୟୁ ମୁଖ୍ୟ ନିତିଶ କୁମାର, ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ରାମବିଳାଶ ପାଶ୍ୱାନ, ଅକାଳୀ ଦଳର ହରସିମରତ କୌର ପ୍ରମୁଖ ଉପସ୍ଥିତ ଥିଲେ ।

ସେପଟେ ୨୨ ଟି ବିରୋଧୀ ଦଳର ନେତାମାନେ ଆଜି ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରି ଗଣତି ଆରମ୍ଭ ପୂର୍ବରୁ ଭିଭିପାଟ୍ ସ୍ଲିପ ଗଣତି କରି ତାହାକୁ ଇଭିଏମ ସହିତ ମିଳାଇବାକୁ ଦାବି କରିଛନ୍ତି । ଯଦି ଏଥିରେ ଅସଙ୍ଗତି ଦେଖା ଦିଏ ତେବେ ଉକ୍ତ ନିର୍ବାଚନ ମଣ୍ଡଳୀର ସବୁ ଭୋଟ ଗ୍ରହଣ କେନ୍ଦ୍ରର ଇଭିଏମ ସହ ଭିଭିପାଟ୍ ସ୍ଲିପ ଗଣତି ମେଳାଇବାକୁ ସେମାନେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର