“ ପ୍ରଧାନମନ୍ତ୍ରୀଙ୍କ ହେଲିକାପ୍ଟର ଯାଞ୍ଚ ପାଇଁ କୌଣସି ନିର୍ଦ୍ଦେଶ ଦେଇନଥିଲି” : ମୁହଁ ଖୋଲିଲେ ଆଇଏଏସ ଅଧିକାରୀ ମହମ୍ମଦ ମହସିନ

ଭୁବନେଶ୍ୱର : ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ହେଲିକାପ୍ଟର ଯାଞ୍ଚ ଅଭିଯୋଗରେ ନିଳମ୍ବିତ କର୍ଣ୍ଣାଟକ ବ୍ୟାଚ ଆଇଏଏସ ଅଫିସର ମହମ୍ମଦ ମହସିନ ଆଜି ମୁହଁ ଖୋଲିଛନ୍ତି । ସେ କହିଛନ୍ତି କେଉଁ ଅପରାଧରେ ତାଙ୍କୁ ନିଳମ୍ବିତ କରାଯାଇଥିଲା ତାହା ନିର୍ବାଚନ ଆୟୋଗ ଜଣାଉ ନାହିଁ । ତାଙ୍କ ବିରୋଧରେ କେଉଁ ଅଭିଯୋଗ ରହିଛି ସେ ସଂପର୍କରେ ବାରମ୍ବାର ପଚାରିଲେ ମଧ୍ୟ ନିର୍ବାଚନ ଆୟୋଗ କହୁନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ କେବଳ ପ୍ରଧାନମନ୍ତ୍ରୀଙ୍କ ହେଲିକାପ୍ଟରର ଭିଡିଓଗ୍ରାଫୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ନିୟମ ଅନୁସାରେ ଏହା କରିହେବ । କିନ୍ତୁ ଏହି ହେଲିକାପ୍ଟରର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇନଥିଲେ । ସେ ମଧ୍ୟ ହେଲିକାପ୍ଟର ଯାଞ୍ଚ ବେଳେ ଉକ୍ତ ସ୍ଥାନରେ ନଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ବଲପୁର ଏସପି ଓ ଏସପିଜି ପକ୍ଷରୁ ଶ୍ରୀ ଉଦୟ ତାଙ୍କୁ ଏଥିପାଇଁ ଅନୁମତି ଦେଇଥିଲେ । ଜଣେ ପର୍ଯ୍ୟବେକ୍ଷକ ହିସାବରେ ତାଙ୍କର କାମ ହେଲା ନିର୍ବାଚନ କାର୍ଯ୍ୟର ତଦାରଖ କରିବା, ନିଜ କର୍ତ୍ତବ୍ୟରେ ସେ ଅବହେଳା କରିନାହାନ୍ତି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ସ୍ୟାଟ ତାଙ୍କ ନିଳମ୍ବନକୁ ରଦ୍ଦ କରିଛନ୍ତି ।

ସମ୍ବନ୍ଧିତ ଖବର