ଟିକେଟ ପାଇବା ପରେ ସୁପ୍ରିମୋଙ୍କୁ ଭେଟିଲେ ନୂଆ ନେତା; କହିଲେ ଭୋଟରଙ୍କ ସମର୍ଥନ ଅଛି

ଭୁବନେଶ୍ବର: କଟକ ଓ ଭଦ୍ରକ ଜିଲ୍ଲା ରାଜନୀତିରେ ଦେଖିବାକୁ ମିଳିବ ପୁଅଙ୍କ ରାଜ। ବିଜେଡିରେ ଗତକାଲି ଘୋଷିତ ହୋଇଥିବା ବିଜେଡି ତାଲିକାରେ ୩ ଜଣ ବରିଷ୍ଠ ନେତାଙ୍କ ପୁଅଙ୍କୁ ଟିକେଟ ମିଳିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ବାଙ୍କୀରୁ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ଓ ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ ଓ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ।

ଦେବୀରଞ୍ଜନ, ବିଷ୍ଣୁବ୍ରତ ଓ ସୌଭିକ ଆଜି ନବୀନ ନିବାସ ଆସିଥିଲେ । ବାପା ତାଙ୍କ ପାଇଁ ପ୍ରଚାର କରିବେ । ୨୦୧୪ ଭଳି ଏଥର ମଧ୍ୟ ବାଙ୍କୀ ଜନସାଧାରଣ ତାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ଦେବୀରଞ୍ଜନ । ବାସୁଦେବପୁର ଅଚଂଳର ଭୋଟରଙ୍କର ବିଷ୍ଣୁବ୍ରତ ପ୍ରତି ସମର୍ଥନ ରହିଛି ।ବିଷ୍ଣୁବ୍ରତ କହନ୍ତି, ଯଦି ବାସୁଦେବପୁରରେ କିଛି ସମସ୍ୟା ଅଛି ମିଳିତ ଭାବେ ତାର ସମାଧାନ କରାଯିବ । ଅନ୍ୟ ପକ୍ଷରେ ସୌଭିକ କହନ୍ତି, ବାପାଙ୍କ ଦିଗଦର୍ଶନରେ କାମ କରିବି। ଲୋକଙ୍କର ଯାହା ସମସ୍ୟା ରହିଛି ତାର ସମାଧାନ ହେବ । ସଙ୍ଗଠନ ବି ସୁଦୃଢ ରହିଛି।

ଗତକାଲି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୩୬ଟି ବିଧାନସଭା ଆସନ ପାଇଁ ନବୀନ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଉପକୂଳ ଓଡିଶାର ୩ଟି ହାଇପ୍ରୋଫାଇଲ ଆସନରେ ବାପାଙ୍କ ଟିକେଟ କାଟି ପୁଅଙ୍କୁ ରାଜନୀତିରେ ଏଣ୍ଟ୍ରି କରାଇଛନ୍ତି ବିଜେଡି ସୁପ୍ରିମୋ । ଚୌଦ୍ୱାର-କଟକ, ବାଙ୍କୀ ଓ ବାସୁଦେବପୁର ଭଳି ୩ଟି ବିଧାନସଭା ଆସନରେ ଚଳିତ ଥର ହେଭିୱେଟ ବାପାଙ୍କ ବଦଳରେ ମୈଦାନକୁ ଓହ୍ଲାଇଛନ୍ତି ପୁଅ ।

ସେହିଭଳି ବାସୁଦେବପୁରରୁ ବିଧାୟକ ତଥା ନବୀନ ସରକାରରେ ମନ୍ତ୍ରୀ ଥିବା ବିଜୟଶ୍ରୀ ରାଉତରାୟ ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କ ରାଜନୈତିକ କ୍ୟାରିୟର ଗଢିବାକୁ ନିଜେ ନିର୍ବାଚନ ଲଢିବେନି ବୋଲି ପୂର୍ବରୁ ଘୋଷଣା କରିଥିଲେ । ଏପରିକି ପୁଅ ପାଇଁ ଦୀର୍ଘ ଦିନ ହେବ ରାଜନୈତିକ ମଞ୍ଚ ପ୍ରସ୍ତୁତ କରି ଆସୁଥିଲେ । ନିଜ ବଦଳରେ ପୁଅକୁ ଟିକେଟ ଦେବା ପାଇଁ ନବୀନ ନିବାସରେ ଲବି ମଧ୍ୟ କରିଥିଲେ, ଯାହାକୁ ଗ୍ରୀନ ସିଗନାଲ ଦେଇଛନ୍ତି ନବୀନ । ତେବେ ବାପାଙ୍କ ଆସନରୁ ଟିକେଟ ନେଇ ପୁଅ ମାନେ ନିର୍ବାଚନ ରଣଭୂମିରେ କେତେ ସଫଳ ହୋଇପାରୁଛନ୍ତି ତାହା ଦେଖିବା ବାକି ରହିଲା ।

ସମ୍ବନ୍ଧିତ ଖବର