ଆଜି ରାତିରେ ପ୍ରକାଶ ପାଇପାରେ କଂଗ୍ରେସର ପରବର୍ତ୍ତୀ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଏଆଇସିସି ସ୍କ୍ରିନିଂ କମିଟିର କସରତ ପରେ ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି  ବୈଠକରେ ଯଦି  ପ୍ରଥମ ପର୍ଯ୍ୟାୟ ବାକି ତାଲିକା ଚୂଡ଼ାନ୍ତ ହୁଏ  ତେବେ ତାଲିକା ପ୍ରକାଶ ପାଇପାରେ।

କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି।  ନୂଆଦିଲ୍ଲୀର ୧୦ ଲୋଧି ରୋଡ଼ରେ କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି।  ଏହାପରେ ସଂଧ୍ୟା ୬ଟାରେ ୧୦ ଜନପଥରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ହେବ। ଏହି ବୈଠକରେ କଂଗ୍ରେସ ସ୍କ୍ରିନିଂ କମିଟିର ସୁପାରିସ ଆଧାରରେ  ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ।  କେନ୍ଦ୍ରୀୟ ନିର୍ବାଚନ କମିଟି  ବୈଠକରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ କମିଟିର ସଦସ୍ୟ ଥିବା ଦଳର ବରିଷ୍ଠ ନେତା ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ଏଆଇସିସି ସ୍କ୍ରିନିଂ କମିଟି  ବୈଠକରେ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଟି.ଏସ୍ ସିଂହଦେଓ ଏବଂ  ରୁଦ୍ର ରାଜୁ ପ୍ରମୁଖ ଉପସ୍ଥିତ ଅଛନ୍ତି। ଗତ ୧୮ ତାରିଖରେ  ୩୬ଟି ବିଧାନସଭା ଆସନ ଓ ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର