କନ୍ଧମାଳରେ ପୁଣି ଏକ ଲଜ୍ଜା: ୯ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲାରୁ ପୁଣି ଏକ ଲଜ୍ଜାଜନକ ଘଟଣା ବୁଧବାର ପଦାକୁ ଆସିଛି। ତୁମୁଡିବନ୍ଧ ଥାନା ଅଞ୍ଚଳର ଜଣେ ନଅ ବର୍ଷର ଶିଶୁକୁ ଘରୁ ଉଠାଇ ନେଇ ଜଣେ ଦଶମ ଶ୍ରେଣୀରେ ପଢୁ ଥିବା ଛାତ୍ର ଜଣକ ଦୁଷ୍କର୍ମ କରିଥିବା ଥିବା ଶିଶୁଟିର ମା’ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ ଗତ ସୋମବାର ଘର ବାରିପଟେ ମା’ ଲୁଗା ସଫା କରୁଥିବା ବେଳେ ଶିଶୁଟି ବାରଣ୍ଡାରେ ଖେଳୁଥିଲା। ଏକୁଟିଆ ସୁଯୋଗ ଦେଖି ୧୦ମ ଶ୍ରେଣୀ ଛାତ୍ର ଜଣକ ନାବାଳିକାକୁ ଉଠାଇ ନେଇ ଏକ ଘରେ କବାଟ ଦେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ନାବାଳିକାକୁ ନ ପାଇ ମା’ ଖୋଜା ଖୋଜି କରିବା ବେଳେ ଏକ ଘର ବାହାରେ ଝିଅର ଚପଲ ଦେଖି କବାଟ ବାଡାଇ ଥିଲେ। କବାଟ ନଖୋଲିବାରୁ ଧସେଇ ପଶି ଥିଲେ।

ଏହି ସମୟରେ ଶିଶୁଟି ଆଚେତ ଅବସ୍ଥାରେ ଦେଖି ଉଦ୍ଧାର କରି ଘରକୁ ଆଣିଥିଲା ବୋଲି ଏତଲାରେ ଲେଖା ଅଛି। ଝିଅଟି ସୁସ୍ଥ ହେବା ପରେ ମା’କୁ ସବୁ କଥା କହିଥିଲା। ଏନେଇ ତୁମୁଡିବନ୍ଧ ଥାନାରେ ୫/୧୯ରେ ଏକ ମାମଲା ରୁଜୁ ହୋଇଛି। ଥାନାଧିକାରୀ ବାବା ଶଙ୍କର ସରାଫ ସାଙ୍ଗେ ସାଙ୍ଗେ ପୁଅ ନିକଟକୁ ଯାଇ ପଚରା ଉଚାର କରିବା ସହ ପାରିପାର୍ଶ୍ୱିକ ତଥ୍ୟ ସଂଗ୍ରହ କରିବା ସହ ପୁଅ ଓ ଝିଅକୁ ଡାକ୍ତରୀ ମଇନା ପାଇଁ ଫୁଲବାଣୀ ନେଇ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର