ଭାରତ-ପାକିସ୍ତାନ ମଧ୍ୟରେ ଆଉ କେବେ ଯୁଦ୍ଧ ହେବନି : ପାକ୍‌ ସେନା

ଇସ୍ଲାମାବାଦ : ଭାରତ ଓ ପାକିସ୍ତାନ ଦୁହେଁ ଅଣୁ ଅସ୍ତ୍ର ସଂପନ୍ନ ଦେଶ । ଏଣୁ ଭବିଷ୍ୟତରେ ଯୁଦ୍ଧ ହେବାର କୌଣସି ସମ୍ଭାବନା ନାହି ଁ । କିନ୍ତୁ ଏହାକୁ ପାକିସ୍ତାନର ଦୁର୍ବଳତା ବୋଲି ଭାବିବା ଉଚିତ ନୁହେଁ ବୋଲି ପାକିସ୍ତାନୀ ସେନା କହିଛି । ପାକ ସେନାର ଜନସଂପର୍କ ସଂସ୍ଥା ଇଣ୍ଟରସର୍ଭିସେସ ପବ୍ଲିକ ରିଲେସନ୍ସର ମହା ନିର୍ଦ୍ଦେଶକ ମେଜର ଜେନେରାଲ ଆସିଫ ଗଫୁର କହିଛନ୍ତି ଯେ ପାକିସ୍ତାନ ସବୁବେଳେ ଶାନ୍ତି ଚାହିଁଆସିଛି । କିନ୍ତୁ ଏହାକୁ ଆମର ଦୁର୍ବଳତା ବୋଲି ଭାବିବା ଉଚିତ ନୁହେଁ । ସେ କହିଛନ୍ତି ଯେ ଭାରତ ସବୁବେଳେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି । ୨୦୧୮ରେ ଏପର୍ଯ୍ୟନ୍ତ ପ୍ରାୟ ୧୦୭୭ ଥର ଭାରତ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି । ପାକିସ୍ତାନ ସବୁ ବେଳେ ୨୦୦୩ର ଅସ୍ତ୍ରବିରତି ଚୁକ୍ତିକୁ ସମ୍ମାନ ଦେଇଆସିଛି । ମାତ୍ର ଯେତେବେଳେ ନିରୀହ ଲୋକ ପ୍ରଭାବିତ ହେଲେ, ଆମେ ଜବାବ ଦେବାକୁ ବାଧ୍ୟ ହେଲୁ । ସେ ଆହୁରି ମଧ୍ୟ କହିଛନ୍ତି ଉଭୟ ଦେଶ ଚିନ୍ତା କରିବା ଉଚିତ ଯେ ଆମେ କିଭଳି ଭବିଷ୍ୟତ ଚାହୁଁ । ଉଭୟ ଦେଶ ଅଣୁ ଅସ୍ତ୍ର ସଂପନ୍ନ, ଏଣୁ ଭବିଷ୍ୟତରେ ଯୁଦ୍ଧର ସମ୍ଭାବନା ଆଦୌ ନାହିଁ । କିନ୍ତୁ ପାକିସ୍ତାନ ପରି ଭାରତ ମଧ୍ୟ ସକାରାତ୍ମକ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର