ଲକ୍‌ଡାଉନ୍‌ ସମୟରେ ହସ୍ପିଟାଲ୍‌ରେ ଥିବା ରୋଗୀଙ୍କ ଆଟେଣ୍ଡାଣ୍ଟ୍‌ଙ୍କୁ ଖାଦ୍ୟ ଯୋଗାଇ ଉଦାହରଣ ପାଲଟିଲେ ଏହି ଡାକ୍ତର ଦମ୍ପତି

ସମ୍ବଲପୁର: ଲକ୍‌ଡାଉନ୍‌ ସମୟରେ କୁଚିଣ୍ଡା ସବ୍‌-ଡିଭିଜିନିାଲ୍‌ ହସ୍ପିଟାଲ୍‌ର ଆଟେଣ୍ଡାଣ୍ଟ୍‌ସ ଆଉ ଖାଦ୍ୟ ଅଭାବରୁ ହନ୍ତସନ୍ତ ହେବେ ନାହିଁ। ହସ୍ପିଟାଲରେ ମେଡିକାଲ୍‌ ଅଫିସର ଭାବେ କାର୍ଯ୍ୟ କରୁଥିବା ଡାକ୍ତର ଦମ୍ପତି ହସ୍ପିଟାଲ୍‌ରେ ରୋଗୀଙ୍କ ସହ ରହୁଥିବା ଆଟେଣ୍ଡାଣ୍ଟ୍‌ମାନଙ୍କୁ ଦିନକୁ ରନ୍ଧା ଖାଦ୍ୟ କରି ଖାଇବାକୁ ଦେଇ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତିିି।

ଲକ୍‌ଲାଉନ୍‌ ଘୋଷଣା ହେବା ପରେ ମାର୍ଚ ୨୪ ତାରିଖ ପରଠୁ ହସ୍ପିଟାଲ୍‌ ବାହାରେ ଥିବା ଖାଦ୍ୟ ଷ୍ଟଲ୍‌ ଓ ଆଧାର ସେଣ୍ଟର୍‌ ଆଦି ସବୁ ବନ୍ଦ ହୋଇଯିବା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି ଏକ ସମୟରେ ରୋଗୀଙ୍କ ସଂପର୍କୀୟଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଏହି ଡାକ୍ତର ଦମ୍ପତି ଏକ ଉଦାହରଣ ପାଲଟିଛନ୍ତି।

ଏହି ଡାକ୍ତର ଦମ୍ପତି ଦ୍ବୟ ହେଉଛନ୍ତି ଡକ୍ଟର ସତ୍ୟ ପ୍ରକାଶ ଡୋରା ଓ ତାଙ୍କ ପତ୍ନୀ ଜ୍ୟୋସ୍ନା ପ୍ରଧାନ। ଏହି ଦମ୍ପତି ଏପରି ଏକ ମତହ କାର୍ଯ୍ୟ ମାର୍ଚ ୩୦ ତାରିଖରୁ ଆରମ୍ଭ କରିଥିବା ବେଳେ ଲକ୍‌ଡାଉନ୍‌ ଶେଷ ହେବା ପର୍ଯ୍ୟନ୍ତ ଜାରି ରଖିବେ ବୋଲି ଜାଣିବାକୁ ମିଳିଛି।

ଡାକ୍ତର ଦମ୍ପତି ତାଙ୍କ ଘରେ ଖାଦ୍ୟ ପ୍ରସ୍ତୁତ କରି ତାହାକୁ ପ୍ୟାକିଂ କରି ହସ୍ପିଟାଲ୍‌ରେ ରୋଗୀଙ୍କ ପାଖରେ ରହୁଥିବା ଆଟେଣ୍ଡାଣ୍ଟ୍‌ଙ୍କୁ ବାଣ୍ଟୁଛନ୍ତି। ସେ ମଧ୍ୟାହ୍ନ ଭୋଜନ ପ୍ୟାକେଟ୍‌ରେ ରାତ୍ରୀ ଭୋଜନ ପାଇଁ କିଛି ଅଧିକ ଖାଦ୍ୟ ବି ଦେଉଥିବା ଜାଣିବାକୁ ମିଳିଛି।

 

ସମ୍ବନ୍ଧିତ ଖବର