ଆଦିବାସୀ ଅଂଚଳର ବିକାଶ କରିବାରେ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଫେଲ୍‌ ମାରିଛନ୍ତି: ରଘୁବର ଦାସ

ଭୁବନେଶ୍ୱର: ଦୀର୍ଘ ୧୯ ବର୍ଷ ଶାସନ ପରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ କରିପାରିଲେ ନାହିଁ। ଆଦିବାସୀ ଅଚଂଳ ରାଇରଂଗପୁର ଓ ମୟୂରଭଂଜ ଜିଲ୍ଲାବାସୀଙ୍କୁ ଶୁଦ୍ଧ ପିଇବା ପାଣି, ଗାଁକୁ ସଡ଼କ, ଯୁବକମାନଙ୍କୁ ନିଯୁକ୍ତି ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଫେଲ୍‌ ମାରିଛନ୍ତି। ଏପରିକି ମୌଳିକ ସୁବିଧାରୁ ସାରା ଓଡ଼ିଶାବାସୀ ବଂଚିତ ରହିଛନ୍ତି ବୋଲି ବାଙ୍ଗିରିପୋଷିଠାରେ ମଙ୍ଗଳବାର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏହା କହିଛନ୍ତି।

ଶ୍ରୀ ଦାସ କହିଛନ୍ତି, ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ପ୍ରାକୃତିକ ସଂପଦ ଭରପୁର ରହିଛି। ରାଜ୍ୟରେ ପ୍ରାକୃତିକ ଖଣିଜ ପଦାର୍ଥ ଭରପୁର ଥିବା ସତ୍ତ୍ୱେ ଓଡ଼ିଶାର ଲୋକ ଗରୀବ କିନ୍ତୁ ଝାଡ଼ଖଣ୍ଡରେ ୨୦୧୪ ପରଠାରୁ ବିଜେପି ଆସିବା ପରେ ଅନେକ ବିକାଶ ହୋଇଛି। ଗୁଜୁରାଟ ପରେ ଝାଡ଼ଖଣ୍ଡ ଆର୍ଥିକ ଦିଗରୁ ବିକାଶ ହୋଇଛି। ଡବଲ ଇଂଜିନ ସରକାର ପାଇଁ ରାଜ୍ୟରେ ଏପରି ବିକାଶ ସମ୍ଭବ ହୋଇପାରିଛି।

ସ୍ୱାଧୀନତା ପରେ ପ୍ରଥମ ଥର ଖଣିଜ ପଦାର୍ଥ ରୟାଲିଟରେ ୪୦ ପ୍ରତିଶତ ଅର୍ଥ ସଂପୃକ୍ତ ଜିଲ୍ଲାର ବିକାଶ ପାଇଁ ଖର୍ଚ୍ଚ କରିବାର ମୋଦୀ ସରକାର ପ୍ରବଧାନ କରିଛନ୍ତି। ଓଡ଼ିଶାକୁ ମଧ୍ୟ ଅର୍ଥ ଆସୁଛି କିନ୍ତୁ ରାଜ୍ୟ ସରକାର ଏହି ଅର୍ଥକୁ ଖର୍ଚ୍ଚ କରୁ ନାହାନ୍ତି। ଝାଡ଼ଖଣ୍ଡର ବିକାଶ ପାଇଁ ୧୧୦୦ କୋଟି ଟଙ୍କା ପ୍ରତି ବର୍ଷ ମିଳୁଛି। ସେହି ଅର୍ଥକୁ ଲଗାଇ ଝାଡ଼ଖଣ୍ଡରେ ପାଇପ ଲାଇନରେ ଶୁଦ୍ଧ ପାଣି ଘରେ ଘରେ ପହଂଚାଯାଉଛି।

ସମ୍ବନ୍ଧିତ ଖବର