କ୍ରମାଗତ ୭ମ ଦିନ ପାଇଁ ତେଲ ଦର କମିଲା, ଜାଣନ୍ତୁ ଭୁବନେଶ୍ୱରରେ ପେଟ୍ରୋଲ,ଡିଜେଲ ଦର

ନୂଆଦିଲ୍ଲୀ : କ୍ରମାଗତ ୭ମ ଦିନ ପାଇଁ ହ୍ରାସ ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ଦେଶର ବୃହତ୍ତମ ତୈଳ ମାର୍କେଟିଂ କମ୍ପାନି ଇଣ୍ଡିଆନ ଅଏଲ ପକ୍ଷରୁ ପେଟ୍ରୋଲ ଦର ୧୨ ରୁ ୧୩ ପଇସା ଓ ଡିଜେଲ ଦର ୯ରୁ ୧୦ ପଇସା ହ୍ରାସ କରାଯିବା ବିଷୟ ଘୋଷଣା କରାଯାଇଛି । ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୭୭ ଟଙ୍କା ୮୩ ପଇସା ଓ ଡିଜେଲ ଦର ୬୮ ଟଙ୍କା ୮୮ ପଇସାକୁ ହ୍ରାସ ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୫ ଟଙ୍କା ୬୫ ପଇସା ଓ ଡିଜେଲ ୭୩ ଟଙ୍କା ୩୩ ପଇସାରେ ପହଞ୍ଚିଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୬ ଟଙ୍କା ୬୪ ପଇସା ଓ ଡିଜେଲ ୭୩ ଟଙ୍କା ୮୪ ପଇସାରେ ପହଞ୍ଚିଛି । ତେବେ ରାଜ୍ୟ ଭାଟ୍‌ ଦୃଷ୍ଟିରୁ ଏହି ଦରରେ ସାମାନ୍ୟ ତାରତମ୍ୟ ହୋଇପାରେ । ଏହି ହ୍ରାସ ସହ ବିଗତ ୭ ଦିନରେ ପେଟ୍ରୋଲ ଦର ପ୍ରାୟ ୫୮ ପଇସା ଓ ଡିଜେଲ ଦର ୪୫ ପଇସା ମଧ୍ୟରେ ହ୍ରାସ ପାଇଛି । ଗତ ମେ ୩୦ରେ ପ୍ରଥମ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ୧ ପଇସା ଲେଖାଏଁ ହ୍ରାସ ପାଇଥିଲା । ତେବେ ଏହାକୁ ନେଇ ସରା ଦେଶରେ ସରକାରଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ କେଲ (ଇଣ୍ଡିଆନ ବାସ୍କେଟ୍‌)ର ମୂଲ୍ୟ ୭୫.୨୯ ଡଲାର ରହିଛି ।

ସମ୍ବନ୍ଧିତ ଖବର