ଭାରତଠାରୁ ହାରିବା ପରେ ଆତ୍ମହତ୍ୟା କରିବାକୁ ଭାବିଲେ ପାକ ଟିମ ସଦସ୍ୟ

ନୂଆଦିଲ୍ଲୀ: ଇଂଲଣ୍ଡରେ ଖେଳାଯାଉଥିବା ଆଇସିସି ବିଶ୍ୱକପ ୨୦୧୯ରେ ଭାରତଠାରୁ ପାକିସ୍ତାନ ହାରିଯାଇଥିଲା | ଏଥିରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିବାକୁ ପାକିସ୍ତାନ କ୍ରିକେଟ ଟିମ କୋଚ ମିକି ଅର୍ଥର ଚାହିଁଥିଲେ ବୋଲି ଖବର ପ୍ରକାଶ ପାଇଛି | ଏହି କଥାକୁ ନିଜେ ସ୍ୱୀକାର କରିଛନ୍ତି ମିକି | ପାକିସ୍ତାନ କୋଚ ମିକି ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ସେ ନିଜ ଟିମକୁ ଢେର ପ୍ରଶଂସା କରିଛନ୍ତି |

PHOTO-DAWN

ସେ କହିଛନ୍ତି ଯେ ଭାରତ ଠାରୁ ହାରିବା ପରେ ତାଙ୍କ ଟିମ କୁ ନେଇ ଜୋରଦାର ଆଲୋଚନା ହୋଇଥିଲା | ଏଥିରେ ସେ ଓ ତାଙ୍କ ଟିମ ସଦସ୍ୟ ବହୁତ ଚାପରେ ଥିଲେ | ସେ ଏତେ ଚିନ୍ତିତ ଥିଲେ ଯେ ଆତ୍ମହତ୍ୟା କରିବାକୁ ମଧ୍ୟ ଚାହିଁଥିଲେ | ଅର୍ଥର କହିଛନ୍ତି ଯେ ବିଶ୍ୱକପରେ ଟିମ ଇଣ୍ଡିଆ ବିପକ୍ଷରେ ହୋଇଥିବା ମ୍ୟାଚ ପରେ ସବୁ ଖେଳାଳି ଥକି ପଡ଼ିଥିଲେ |

ସୋସିଆଲ ମିଡ଼ିଆ ଓ ଲୋକଙ୍କ ସମାଲୋଚନାର ଶିକାର ହୋଇଥିବା ଖେଳାଳିମାନେ ଦୁଃଖରେ ଭାଙ୍ଗିପଡିଥିଲେ | ଭାରତଠାରୁ ହାରିବା ପରେ ଆତ୍ମହତ୍ୟା କରିବାକୁ କଥା ମନକୁ ଆସିଥିଲା ବୋଲି ସେ କହିଛନ୍ତି |

ସମ୍ବନ୍ଧିତ ଖବର