ଲୋକସଭା ପାଇଁ ୩ ମହିଳାଙ୍କୁ ଟିକେଟ୍‌ ଦେଇ ବିଜୟ ଗୋଟିଚାଳନା କଲେ ବିଜେଡ଼ି ସୁପ୍ରିମୋ

ଭୁବନେଶ୍ୱର: ୨୦୧୯ ମହାସମର ପାଇଁ ସିପାହୀ ପ୍ରସ୍ତୁତ କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ର୍ନିବାଚନ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ୯ ଟି ଲୋକସଭା ଓ ୫୪ ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ୯ଟି ଲୋକସଭାରୁ ୩ଟି ଆସନ ପାଇଁ ୩ ମହିଳାଙ୍କୁ ସାମ୍ନାକୁ ଆଣିଛନ୍ତି ନବୀନ। ଲୋକସଭା ର୍ନିବାଚନରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ସଂରକ୍ଷଣ ଦେବାପାଇଁ ଘୋଷଣା କରିଥିଲେ ନବୀନ। ୯ ଜଣ ଲୋକସଭା ପ୍ରାର୍ଥୀରୁ ୩ ଜଣ ମହିଳା ସୀପାହିଙ୍କୁ ତୟାର କରି ଖାଲି କଥାରେ ନୁହଁ କାମରେ କରି ଦେଖାଇଛନ୍ତି ବିଜେଡ଼ି ସୁପ୍ରିମୋ।

ମୋଟ ୯ଟି ଲୋକସଭା ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା ହୋଇଛି। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର କୋରାପୁଟ, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର , କନ୍ଧମାଳ ଓ ଆସ୍କା ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡ଼ି ମୁଖିଆ। ଏଥିମଧ୍ୟରୁ କୋରାପୁଟ ଆସନରୁ କୌଶଲ୍ୟା ହିକ୍କା, ଆସ୍କାରୁ ପ୍ରମିଳା ବିଶୋୟୀ ଓ ସୁନ୍ଦରଗଡ଼ରୁ ସୁନୀତା ବିଶ୍ୱାଳଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ବାଛିଛନ୍ତି ବିଜେଡ଼ି ସୁପ୍ରିମୋ। ର୍ନିବାଚନ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ବିଜେଡିର ୩ ମହିଳା ପ୍ରାର୍ଥୀଙ୍କୁ ଆଣିଛନ୍ତି ସାମ୍ନାକୁ ଆଣିଛନ୍ତି ନବୀନ। ରାଜ୍ୟରେ ପୁଣି ଥରେ ବିଜୟ ବାନା ଉଡ଼ାଇବା ପାଇଁ ମହିଳା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯାଇଥିବା କଥା ସ୍ପଷ୍ଟ ଜଣାପଡ଼ୁଛି।

ସୂଚନାଯୋଗ୍ୟ ନବୀନ ପଟ୍ଟନାୟକ ଲୋକସଭା ର୍ନିବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେବାପାଇଁ ଘୋଷଣା କରିଥିଲେ। ତେବେ ତାଲିକା ଘୋଷଣା ପରେ ସ୍ପଷ୍ଟ ଚିତ୍ର ଆସିଯାଇଛି। ମହିଳାଙ୍କୁ ପ୍ରାଧାନ୍ୟ ଦେଇ ପୁଣି ଥରେ ଜିତିବା ପାଇଁ ଗୋଟିଚାଳନା କରିଛନ୍ତି ନବୀନ।

ସମ୍ବନ୍ଧିତ ଖବର