ହିଞ୍ଜିଳି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହେଲେ ପିତାମ୍ବର ଆଚାର୍ଯ୍ୟ, ନବୀନଙ୍କ ସହ ଲଢ଼ିବେ

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ତଥା ଭାରତୀୟ ଜନତା ପାର୍ଟିର ଉପସଭାପତି ପିତାମ୍ବର ଆଚାର୍ଯ୍ୟ ହିଞ୍ଜିଳି ବିଧାନସଭା କ୍ଷେତ୍ରରୁ ଦଳର ପ୍ରାର୍ଥୀ ହୋଇଛନ୍ତି। ସୋମବାର ଦଳ ପକ୍ଷରୁ ଜାରି ପ୍ରାର୍ଥୀପତ୍ର ତାଲିକାରେ ଏହା ଘୋଷଣା କରାଯାଇଛି। ଏଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି। ବିଜେଡିର ଗଡ଼ କୁହାଯାଉଥିବା ହିଞ୍ଜିଳିରେ ପତାମ୍ବରଙ୍କ ଭଳି ପ୍ରାର୍ଥୀ ଦେଇ ବିଜେପି କଡା ଟକ୍କର ଲାଗି ଯୋଜନା କରିଛି। ପୂର୍ବରୁ ସେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା।

 

ସମ୍ବନ୍ଧିତ ଖବର