ଖାଲିଥିବା ସିଟ୍‌ ପୂରଣ ପାଇଁ ସେପ୍ଟେମ୍ବର ୨୦ରୁ ଯୁକ୍ତ୩ ସ୍ପଟ୍‌ ନାମଲେଖା

ଭୁବନେଶ୍ବର : ଡିଗ୍ରି କଲେଜ, ସ୍ବୟଂଶାସିତ ମହାବିଦ୍ୟାଳୟ, ସେଲ୍ଫ ଫାଇନାନ୍ସିଂ, ସଂସ୍କୃତ କଲେଜଗୁଡ଼ିକରେ ଖାଲିଥିବା ସିଟ୍‌ ପୂରଣ ପାଇଁ ସେପ୍ଟେମ୍ବର ୨୦ରେ ସ୍ପଟ୍‌ ନାମଲେଖା ତାଲିକା ପ୍ରକାଶ ପାଇବ। ପୂର୍ବାହ୍ନ ୧୧ଟାରେ ‘www.samodisha.gov.in/www.dheodisha.gov.in’ ରେ ତାଲିକା ପ୍ରକାଶ କରାଯିବ। ସେହିଦିନ ମଧ୍ୟାହ୍ନ ୧୨ଟାରେ କଲେଜ ନୋଟିସ୍‌ ବୋର୍ଡରେ ନାମ ପ୍ରକାଶ କରାଯିବ। ୨୩ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଛାତ୍ରଛାତ୍ରୀ ହାତ ଲେଖା ଦରଖାସ୍ତ ମାଧ୍ୟମରେ କଲେଜସ୍ତରରେ ନାମ ପଞ୍ଜୀକରଣ କରିପାରିବେ। ୨୪ ତାରିଖ ଅପରାହ୍ନ ୧ଟାରେ ମେଧା ତାଲିକା ପ୍ରକାଶ କରାଯିବ। ସେହିଦିନ ଅପରାହ୍ନ ୧ଟାରୁ ୨୬ ତାରିଖ ଅପରାହ୍ନ ୫ଟା ଭିତରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିବେ। ୨୭ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କ ନାମଲେଖା ସମ୍ପର୍କିତ ତଥ୍ୟ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର