ପ୍ରଧାନମନ୍ତ୍ରୀ ମୋଦି ଜଣେ ରାସ୍ତାକଡ଼ର ଲୋକଙ୍କ ପରି କଥାବାର୍ତ୍ତା କରୁଛନ୍ତି: ଏନ୍‌ସିପି ନେତା ମଜିଦ୍‌ ମେମୋନ

ନୂଆଦିଲ୍ଲୀ: ଏନ୍‌ସିପି ନେତା ତଥା ସାଂସଦ ମଜିଦ୍‌ ମେମୋନ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କରେ ଅସ୍ପୃହ୍ୟ ମନ୍ତବ୍ୟ ଦେଇ ବିବାଦରେ ରହିଛନ୍ତି। ସେ ମୋଦିଙ୍କ ସଂପର୍କରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ରାସ୍ତା କଡ଼ରେ ଚାଲୁଥିବା ଲୋକଙ୍କ ପରି କଥାବାର୍ତ୍ତା କରୁଛନ୍ତି।

ମେମୋନ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ବି ଅପାଠୁଆ, ଜାହିଲ ଓ ରାସ୍ତା ରାସ୍ତା କଡ଼ରେ ଚାଲୁଥିବା ଲୋକଙ୍କ ପରି କଥାବାର୍ତ୍ତା କରୁଛନ୍ତି। ସେ ଏକ ଉଚ୍ଚ ଆସନରେ ଅଛନ୍ତି। ସେ ଜାଣିବା ଉଚିତ ଯେ ସମ୍ବିଧାନ ତାଙ୍କୁ କେତେ ଉଚ୍ଚା ଆସନ ଦେଇଛି। ତାଙ୍କୁ ଏକଥା ମାଲୁମ ହେବା ଉଚିତ ଯେ ସମ୍ବିଧାନର ଏହି ଉଚ୍ଚତମ ପଦ ପାଇଁ ନିର୍ବାଚନ ରାସ୍ତା କଡ଼ରେ ହୁଏ ନାହିଁ।’

 

ନିକଟରେ ବିଜେପି ପକ୍ଷରୁ କୁହାଯାଇଥିଲା ଯେ କଂଗ୍ରେସ ଯାଇ ପାକିସ୍ତାନରୁ ନିର୍ବାଚନ ଲଢୁ। ବିଜେପିର ଏହି କଥାର ଉତ୍ତର ଦେଇ ମେମୋନ କହିଛନ୍ତି କି ବିଜେପି ଯାଇ ‘ଚୌକିଦାର’ଙ୍କ ପରି ନେପାଳରୁ ନିର୍ବାଚନ ଲଢୁ, ଫଳରେ ବିଜୟ ଲାଭ କରିବ।’

ସମ୍ବନ୍ଧିତ ଖବର