ସଂସଦରେ ବିଶୃଙ୍ଖଳା ପ୍ରତିବାଦରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସାଂସଦ ଦିନିକିଆ ଉପବାସ ପାଳନ କରିବେ

ନୂଆଦିଲ୍ଲୀ: ସଂସଦର ଗତ ଅଧିବେଶନ ନିଷ୍ଫଳା ହୋଇଯାଇଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ  ବିରୋଧୀମାନେ ବାରମ୍ବାର ହଟ୍ଟଗୋଳ କରିବାରୁ ଶୀତ ଅଧିବେଶନ ଏକ ପ୍ରକାର ଧୋଇଯାଇଛିି। ଏହାର ପ୍ରତିବାଦରେ ବିଜେପିର ସମସ୍ତ ସାଂସଦମାନଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ଦିନିକିଆ ଉପବାସ କରି ବିରୋଧ ପ୍ରଦର୍ଶନ କରିବେ।

ଦେଶରେ ଶାନ୍ତି ଏବଂ ସାଂପ୍ରଦାୟିକ ଶୃଙ୍ଖଳା ବଜାୟ ରଖିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନଶନ କରି ବିରୋଧ ପ୍ରଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏପରି ନିଷ୍ପତ୍ତି ନେଇଛନ୍ତି।

ପଶ୍ଚିମବଙ୍ଗର ହୁବଲିଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ସମାନ ପ୍ରକାରର ବିରୋଧ ପ୍ରଦର୍ଶନ କରିବେ ବୋଲି ସୂଚନା ରହିଛି।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ସାଂସଦମାନଙ୍କ ସହ ଏ ବିଷୟରେ କଥା ହୋଇଛନ୍ତି।

ଉଲ୍ଳେଖଯୋଗ୍ୟ, ପୂର୍ବରୁ ମୋଦି ଶୁକ୍ରବାର ଅଭିଯୋଗ ଆଣିଥିଲେ ଯେ ବିରୋଧୀମାନେ ବିଭାଜନ ରାଜନୀତିରେ ଲିପ୍ତ ଅଛନ୍ତି। ଏହାଛଡ଼ା ଘୋଷଣା କରିଥିଲେ କି ସଂସଦରେ ଉପୁଜୁଥିବା ବିଶୃଙ୍ଖଳାକୁ ବିରୋଧ କରିବା ପାଇଁ ଏପ୍ରିଲ୍‌ ୧୨ ତାରିଖରେ ବିଜେପି ସାଂସଦମାନେ ଏକ ଦିନିକିଆ ଉପବାସ କରିବେ। ଏଥିପାଇଁ ସେ କଂଗ୍ରେସକୁ ଦୋଷ ଦେଇଛନ୍ତି।

 

ସମ୍ବନ୍ଧିତ ଖବର