ପଶ୍ଚିମବଙ୍ଗ ହିଂସା ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି, ଆସନ୍ତା କାଲିଠାରୁ ପ୍ରଚାର ବନ୍ଦ, ହଟିଲେ ମୁଖ୍ୟ ସଚିବ,ଗୃହ ସଚିବ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଦେଖାଦେଇଥିବା ରାଜନୈତିକ ହିଂସା ପରିପ୍ରେକ୍ଷୀରେ ଭାରତର ନିର୍ବାଚନ ଆୟୋଗ କେତେକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁସାରେ ଆସନ୍ତା କାଲି ରାତି ୧୦ଟା ପରେ ନିର୍ବାଚନ ପ୍ରଚାରକୁ ବନ୍ଦ କରିଦେଇଛନ୍ତି । ଅର୍ଥାତ ଆସନ୍ତା କାଲି ରାତି ୧୦ଟା ପରେ କୌଣସି ରାଜନୈତିକ ଦଳ ଭୋଟ ପ୍ରଚାର କରିପାରିବେ ନାହିଁ ।

ରାଜ୍ୟରେ ଆସନ୍ତା ରବିବାର ଦିନ ୯ଟି ଆସନରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ରାଜ୍ୟରେ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗ ଧାରା ୩୨୪ ଲଗାଇଛନ୍ତି । ଏହା ଫଳରେ ରାଜ୍ୟର ନିର୍ବାଚନ ହେବାକୁ ଥିବା ୯ଟି ଆସନରେ ଜନସମାବେଶକୁ ନିଷିଦ୍ଧ କରାଯାଇଛି । ଆହୁରି ମଧ୍ୟ ରାଜ୍ୟର ଗୃହ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ନିଜ ପଦରୁ ହଟାଇଦିଆଯାଇଛି । ସେମାନଙ୍କୁ ଛୁଟିରେ ଯିବାକୁ କୁହାଯାଇଛି । ଏହାପରେ ରାଜ୍ୟର ବିବାଦୀୟ ଆଇପିଏସ ଅଫିସର ରାଜୀବ କୁମାରଙ୍କୁ ମଧ୍ୟ ଗୃହ ମନ୍ତ୍ରାଳୟରେ ରିପୋର୍ଟ କରିବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର