ରାହୁଲଙ୍କୁ ନିର୍ବାଚନ ଆୟୋଗଙ୍କ କ୍ଲିନ ଚିଟ୍: ତାମିଲନାଡୁ କଲେଜ ଛାତ୍ରୀଙ୍କ ସହିତ ଆଲୋଚନା ଆଚରଣ ବିଧି ଉଲଂଘନ ନୁହେଁ
ଚେନ୍ନାଇ: ନିର୍ବାଚନ ଆୟୋଗ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କ୍ଲିନ ଚିଟ ଦେଇଛନ୍ତି। କ୍ଲିନ ଚିଟରେ ନିର୍ବାଚନ ଆୟୋଗ ଗୁରୁବାର କହିଛନ୍ତି, ତାମିଲନାଡୁର ଏକ ମହିଳା କଲେଜର ଛାତ୍ରୀଙ୍କ ସହିତ ଆଲୋଚନା କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ଆଚରଣ ବିଧି ଉଲଂଘନ କରି ନାହାନ୍ତି। ମାତ୍ର ରାହୁଲଙ୍କ ଭାଷଣ ଉପରେ ଏକ ରିପୋର୍ଟ ମଗାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ତାମିଲନାଡୁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇସି) ସତ୍ୟବ୍ରତ ସାହୁ କହିଛନ୍ତି, ସ୍ଥାନୀୟ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ମାର୍ଚ୍ଚ ୧୩ରେ ଷ୍ଟେଲା ମାରିସ ମହିଳା କଲେଜ ପରିସରରେ ରାହୁଲ ଛାତ୍ରୀଙ୍କ ସହିତ ଆଲୋଚନା କରି ନିର୍ବାଚନ ଆଚରଣ ବିଧି ଉଲଂଘନ କରି ନାହାନ୍ତି।
ସେ କହିଛନ୍ତି, ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ତାଙ୍କୁ ରାହୁଲଙ୍କ କାର୍ଯ୍ୟକ୍ରମ ପାଇଁ ସୂଚନା ପ୍ରଦାନ କରିଥିଲା। ସେଥିପାଇଁ ଆଦର୍ଶ ଆଚରଣ ବିଧି ଉଲଂଘନ ହୋଇ ନାହିଁ କୁହାଯୁବ। ତଥାପି ରାହୁଲ ଗାନ୍ଧୀଙ୍କ ଭାଷଣ ସଂପର୍କିତ ସୂଚନା ରିପୋର୍ଟ ମାଗିଛନ୍ତି।
ପୂର୍ବରୁ ଆଦର୍ଶ ଆଚରଣ ବିଧି ଉଲଂଘନ ଜାରି ସତ୍ତ୍ୱେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମକୁ କଲେଜ କର୍ତ୍ତୃପକ୍ଷ କେମିତି ଅନୁମତି ଦେଲେ, ସେ ନେଇ ତାମିଲନାଡୁ ସରକାର ତଦନ୍ତ ପାଇଁ ଆଦେଶ ଦେଇଥିଲେ। କଲେଜ ଶିକ୍ଷା ନିର୍ଦ୍ଦେଶକ ଆର. ସରୁମାଥି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ରାହୁଲ ଗାନ୍ଧୀ କାର୍ଯ୍ୟକ୍ରମରେ କହିଥିଲେ ତାଙ୍କର ସରକାର କ୍ଷମତାକୁ ଆସିଲେ ସରକାରୀ ଚାକିରୀରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ। ଏଥି ସହିତ ଛାତ୍ରୀମାନଙ୍କ ଅନେକ ପ୍ରଶ୍ନକୁ ରାହୁଲ ଉତ୍ତର ଦେଇଥିଲେ।