କୋର୍ଟ ଭିତରେ ବେହୋସ ହୋଇଗଲେ ପ୍ରଦୀପ ମହାରଥୀ

ପୁରୀ: କୋର୍ଟ ଚାଲାଣ ବେଳେ ସୋମବାର ଅପରାହ୍ଣରେ ପିପିଲିରୁ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ବେହୋସ ହୋଇଯାଇଛନ୍ତି। ସୂଚନାଯୋଗ୍ୟ ପୁଲିସ ମହାରଥୀଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା। ମହାରଥୀଙ୍କ ଗିରଫ ନେଇ ପୁରୀ ଏସ୍‌ପି କହିଛନ୍ତି, ଫ୍ଲାଇଂସ୍କ୍ଵାର୍ଡ ଉପରକୁ ଆକ୍ରମଣ ହୋଇଥିଲା। ସ୍କ୍ଵାର୍ଡର ଅଭିଯୋଗ ଅନୁସାରେ ମହାରଥୀଙ୍କ ପ୍ରରୋଚନାରେ ଆକ୍ରମଣ ହୋଇଥିଲା। ସଠିକ ତଥ୍ୟ ବଳରେ ଆମେ ମହାରଥୀଙ୍କୁ ଗିରଫ କରିଛୁ। ଆକ୍ରମଣରେ ମହାରଥୀଙ୍କ ସଂପୃକ୍ତି ନେଇ ପ୍ରମାଣ ରହିଛି ବୋଲି ଏସ୍‌ପି କହିଛନ୍ତି।

ଗତକାଲି ରାତିରେ ପିପିଲିରେ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌, ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ ଓ ବିଡିଓ ସର୍ଭେଲାନ୍ସ ଟିମ୍‌ ଉପରେ ଆକ୍ରମଣ ଘଟଣାରେ ଗିରଫ ହୋଇଛନ୍ତି ସ୍ଥାନୀୟ ବିଧାୟକ ପ୍ରଦୀପ ମହାରାଥୀ। କର୍ତ୍ତବ୍ୟରତ ଅବସ୍ଥାରେ ଆକ୍ରମଣର ଶିକାର ହୋଇ ଆହତ ହୋଇଥିବା ମାଜିଷ୍ଟ୍ରେଟଙ୍କ ବୟାନ ପରେ ପୁଲିସ ବିଧାୟକ ତଥା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଡାକି ପଚରାଉଚରା କରିବା ପରେ ଗିରଫ କରିଛି। ତେବେ ମହାରଥୀଙ୍କ ବିରୋଧରେ ଧାରା ୩୦୭, ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯, ଦଫା ୧୭୧ ବି, ୧୮୬ ଏବଂ ୧୨୩ ଆଧାରରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ତାଙ୍କୁ ଥାନାରେ ରଖି ପଚରାଉଚରା କରାଯାଉଛି। ଗତକାଲି ରାତିର ଘଟଣାକୁ ନେଇ ପିପିଲିରେ ଉତ୍ତେଜନା ପ୍ରକାଶ ପାଇବା ସେଠାରେ ପୁଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି।

ଉଲ୍ଲେଖଯୋଗ୍ୟ କି, ଗତକାଲି ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌, ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ ଓ ବିଡିଓ ସର୍ଭେଲାନ୍ସ ଟିମ୍‌ ଯାଞ୍ଚ ଲାଗି ବିଧାୟକ ମହାରାଥୀଙ୍କ ଫାର୍ମହାଉସକୁ ଯାଇଥିଲେ। ସେଠାରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ବୟାନ ଦେଇଛନ୍ତି ଏସ୍‌ଏସ୍‌ଟିରେ ସାମିଲ ଥିବା ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ର । ନିଜ ବୟାନରେ ସେ ଏହି ଘଟଣାରେ ବିଧାୟକ ମହାରଥୀଙ୍କ ସଂପୃକ୍ତି ଥିବା ସୂଚାଇଛନ୍ତି।

ଗତକାଲି ସାଢ଼େ ୧୨ଟା ବେଳେ ପିପିଲିରେ ନିର୍ବାଚନ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌, ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ ଓ ବିଡିଓ ସର୍ଭେଲାନ୍ସ ଟିମ୍‌ ଉପରେ ମହାରଥୀଙ୍କ  ଫାର୍ମହାଉସରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ତିନି ଟିମ୍‌ର ୫ଜଣ ସଦସ୍ୟ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ସମ୍ବନ୍ଧିତ ଖବର