ସାଧ୍ୱୀ ପ୍ରଜ୍ଞା ଲଢ଼ିପାରିବେ ନିର୍ବାଚନ, ଅଦାଲତ କାହାକୁ ନିର୍ବାଚନ ଲଢ଼ିବାରୁ ରୋକିପାରିବେ ନାହିଁ: ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟ

ନୂଆଦିଲ୍ଲୀ: ୨୦୦୮ ମସିହା ମେଲଗାଓଁ ବିସ୍ଫେରଣର ଅଭିଯୁକ୍ତା ସାଧ୍ୱୀ ପ୍ରାଜ୍ଞା ସିଂହ ଠାକୁରଙ୍କର ନିର୍ବାଚନ ଲଢ଼ିବାରେ କୌଣସି ଅସୁବିଧା ନାହିଁ ବୋଲି ବୁଧବାର ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟ ସ୍ପଷ୍ଟ କରିଛନ୍ତି। କୋର୍ଟ କହିଛନ୍ତି ଯେ କାହାକୁ ନିର୍ବାଚନ ଲଢ଼ିବାରୁ ରୋକିବା ପାଇଁ ସେପରି କୌଣସି ଆଇନ ନାହିଁ। ସାଧ୍ୱୀ ପ୍ରଜ୍ଞା ନିର୍ବାଚନ ଲଢ଼ିପାରିବେ କି ନାହିଁ ସେ ନିଷ୍ପତ୍ତି ନିର୍ବାଚନ କମିସନଙ୍କର। କୌଣସି ଅଭିଯୁକ୍ତଙ୍କୁ ନିର୍ବାଚନ ଲଢ଼ିବାରୁ ଅଦାଲତ ରୋକି ପାରିବେ ନାହିଁ।

ଉଲ୍ଲେଖଯୋଗ୍ୟ, ୨୦୦୮ ମସିହା ମାଲଗାଓଁ ବିସ୍ଫେରଣରେ ସଂପୃକ୍ତି ନେଇ ସାଧ୍ୱୀ ପ୍ରଜ୍ଞାଙ୍କୁ ଜେଲ୍‌ ଦଣ୍ଡାଦେଶ ହୋଇଥିଲା। ସେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଦର୍ଶାଇ ଜାମିନ୍‌ରେ ଆସିଥିଲେ। ସାଧ୍ୱୀଙ୍କୁ ଭୋପାଳର ଲୋକସଭା ଟିକେଟ ମିଳିବା ପରେ ମେଲଗାଓଁ ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ପୀଡ଼ିତର ବାପା ପ୍ରତିବାଦ କରିଥିଲେ।

ସେ ସାଧ୍ୱୀଙ୍କ ନିର୍ବାଚନ ଲଢ଼ିବାକୁ ବନ୍ଦ କରିବା ପାଇଁ କୋର୍ଟରେ ଆବେଦନ କରିଥିଲେ। କୋର୍ଟରେ ଆବେଦନକାରୀଙ୍କ ଓକିଲ ଯୁକ୍ତ ବାଢ଼ି କହିଥିଲେ ଯେ ସାଧ୍ୱୀ ପ୍ରଜ୍ଞା ନିଜର ସ୍ୱାସ୍ଥ୍ୟ ସମସ୍ୟା ଦେଖାଇ ଜାମିନ୍‌ରେ ଆସିଥିଲେ। ମାତ୍ର ବାହରକୁ ଆସବା ପରେ କିପରି ନିର୍ବାଚନ ଲଢୁଛନ୍ତି? ସେ ଏକଦମ ସୁସ୍ଥ ଭାବେ ନିର୍ବାଚନ ପ୍ରଚାର କରୁଛନ୍ତି ତେବେ ସ୍ୱାସ୍ଥ୍ୟ ଖରାପ ପାଇଁ ତାଙ୍କୁ କାହିଁକି ଜାମିନ୍‌ କିପରି ଦିଆଯାଇଛି? ତାଙ୍କ ନିର୍ବାଚନ ଲଢ଼ିବାରେ ରୋକ ଲଗାଯାଉ। ମାତ୍ର ଅଦାଲତ ସାଧ୍ୱୀଙ୍କ ନିର୍ବାଚନ ଲଢ଼ିବାରେ ରୋକ ଲଗାଇ ପାରିବେ ନାହିଁ ବୋଲି ତାଙ୍କ ଶୁଣାଣିରେ କହିଛନ୍ତି।

ସମ୍ବନ୍ଧିତ ଖବର