ପ୍ରିୟଙ୍କା ଜଣେ ସାଇବେରୀୟ ଚଢେଇ, ନିର୍ବାଚନ ତାଙ୍କ ପାଇଁ ଏକ ପିକନିକ୍‌ : ୟୁପି ମନ୍ତ୍ରୀ ମୋହସିନ ରାଜା

ଲକ୍ଷ୍ନୌ : କଂଗ୍ରେସ ଉପ-ସଭାପତି ପ୍ରିୟଙ୍କା ଗାନ୍ଧିଙ୍କ ଅଯୋଧ୍ୟା ଗସ୍ତକୁ ସମାଲୋଚନା କରିଛନ୍ତି ଉତ୍ତରପ୍ରଦେଶର ବିଜେପି ନେତା ତଥା ମନ୍ତ୍ରୀ ମୋହସିନ ରାଜା । ସେ କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧି ହେଉଛନ୍ତି ଜଣେ ପରଦେଶୀ ସାଇବେରୀୟ ଚଢେଇ, ନିର୍ବାଚନ ପ୍ରଚାର ତାଙ୍କ ପାଇଁ ଏକ ପିକ୍‌ନିକ୍‌ ।
ସେ ଆହୁରିମଧ୍ୟ କହିଛନ୍ତି ଯେ, ଯେଉଁମାନେ ଭଗବାନ ରାମଙ୍କ ଅସ୍ତିତ୍ୱ ଉପରେ ବିଶ୍ୱାସ କରୁନାହାନ୍ତି, ସେମାନେ ଅଯୋଧ୍ୟା କେଉଁ ପାଇଁ ଆସୁଛନ୍ତି ? ସେମାନେ ମୋଗଲ ସମ୍ରାଟ ବାବରଙ୍କୁ ମନେ ପକେଇବାକୁ ଅଯୋଧ୍ୟା ଆସୁଛନ୍ତି । ଋତୁ ଅନୁକୂଳ ଦେଖି ଏହି ପରଦେଶୀ ଚଢେଇ ଏବେ ଏ ଜାଗାକୁ ଆସୁଛନ୍ତି ।
ସୂଚନାଯୋଗ୍ୟ ଯେ ପ୍ରିୟଙ୍କା ଆସନ୍ତା ୨୭ ତାରିଖରେ ଅଯୋଧ୍ୟା ଗସ୍ତରେ ଆସୁଛନ୍ତି । ସେ ସ୍ଥାନୀୟ ହନୁମାନ ଗଡି ମନ୍ଦିରରେ ଦର୍ଶନ କରିବା ପରେ ଏକ ରଥ ପରି ସଜ୍ଜିତ ବସ ଚଢି ଫୈଜାବାଦ, ସୁଲତାନପୁର, ଆମେଥି ଓ ଉନ୍ନାଓ ଗସ୍ତରେ ଯିବେ । ତାଙ୍କର ଏହି ଅଭିଯାନ ୨୯ ତାରିଖରେ ଶେଷ ହେବ ।

ସମ୍ବନ୍ଧିତ ଖବର