ଭାରତ େଓ୍ଵଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ, ପଦାର୍ପଣ ଟେଷ୍ଟରେ ପୃଥୀ ସ ଓ ଚେତେଶ୍ୱର ପୂଜାରଙ୍କ ଅର୍ଦ୍ଧଶତକ

ରାଜକୋଟ୍‌: ରାଜକୋଟ୍‌ ଠାରେ ଚାଲିଥିବା ଭାରତ-େଓ୍ଵଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟରେ ନିଜ ଟେଷ୍ଟ ଜୀବନ ଆରମ୍ଭ କରିଥିବା ଉଦୀୟମାନ ପ୍ରାଥମିକ ବ୍ୟାଟ୍ସମ୍ୟାନ ପୃଥୀ ସ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ନିଜ ପଦର୍ପଣ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ସହିତ କେଏଲ ରାହୁଲଙ୍କ ଶୂନ୍ୟରେ ଆଉଟ୍‌ ଜନିତ ପ୍ରାଥମିକ ବିପର୍ଯ୍ୟୟରୁ ମଧ୍ୟ ଚେତେଶ୍ୱର ପୂଜାରାଙ୍କ ସହିତ ମିଶି ଭାରତକୁ ଉଦ୍ଧାର କରିଆଣି ଏକ ଦୃଢ଼ ପାଳିର ସୁଯୋଗ ସୃଷ୍ଟି କରିଛନ୍ତି।ପୃଥୀ ସଙ୍କ ପରେ ପରେ ଚେତେଶ୍ୱର ପୂଜାରା ମଧ୍ୟ ଷ୍ଟାଇଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ମଧ୍ୟୃାହ୍ନ ଭୋଜନ ବିରତି ସୁଦ୍ଧା ଭାରତ ମାତ୍ର ଗୋଟଇଏ ଓ୍ଵିକେଟ ହରାଇ ୧୩୩ ରନ ସଂଗ୍ରହ କରିଛି।
ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ନିଜ ଜୀବନର ପଦାର୍ପଣ ମ୍ୟାଚ୍‌ ଖେଳୁଥିବା ୧୯ ବର୍ଷୀୟ ପୃଥି ସ କେ ଏଲ ରାହୁଲ ସହିତ ମିଶି ପାଳି ଆରମ୍ଭ କରିଥିଲେ। ମାତ୍ର କେଏଲ ରାହୁଲ ହାତ ଖୋଲିବା ପୂର୍ବରୁ େଓ୍ଵଷ୍ଟଇଣ୍ଡିଜର ଦୃତ ବୋଲର ଗାବ୍ରିଏଲଙ୍କ ୧୫୧ କିଲୋମିଟର ବେଗରେ ଆସୁଥିବା ଏକ ଇନ୍‌ସ୍ୱଇଙ୍ଗ ବଲରେ ଏଲବି ଡବ୍ଲ୍ୟୁ ଆଉଟ ହୋଇ ପାଭିଲିୟନ ଫେରି ଯାଇଥିଲେ। ସେତେବେଳେ ଭାରତର ସ୍କୋର ଥିଲା ମାତ୍ର ୩ ରନ। ତେବେ ପୃଥୀ ସ ଧର୍ଯ୍ୟର ସହିତ ବ୍ୟାଟିଂ ଆରମ୍ଭ କରିଥିବା ବେଳେ ତାଙ୍କ ସହିତ ଆସି ଯୋଗ ଦେଇଥିଲେ ଚେତେଶ୍ୱର ପୂଜାର। ଉଭୟ୧୨୭ ରନ୍‌ ପାର୍ଟନରସିପ କରିବା ସହିତ ପୃଥୀ ସ ମାତ ୫୬ଟି ବଲ ଖେଳି ୭ଟି କୌକା ସହିତ ନିଜ ଜୀବନର ପଦାର୍ପଣ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଚେତେଶ୍ୱର ପୂଜାରା ୯ଟି ଚୌକା ସହିତ ନିଜର ଅର୍ଦ୍ଧଶତକ ହାସଲ କରି ବ୍ୟାଟିଂ କରୁଥିବା ବେଳେ ପ୍ୟଥୀ ସ ୧୧ଟି ଚୌକା ସହିତ ୭୪ ବଲରୁ ୭୫ ରନ୍‌ କରି ବ୍ୟାଟିଂ କରୁଛନ୍ତି। ଭାରତ ସ୍କୋର- ୨୫ଓଭରରେ ୧୩୩/୧ ।

ସମ୍ବନ୍ଧିତ ଖବର