ବିଜେଡ଼ିରୁ ଇସ୍ତଫା ଦେଲେ ପୂର୍ଣ୍ଣଚନ୍ଦ୍ର ନାଏକ

ଭୁବନେଶ୍ୱର: ଟିକେଟ ନମିଳିବାରୁ ବିଜୁ ଜନତା ଦଳ ଛାଡ଼ିଛନ୍ତି ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାଏକ। ଆଜି ସେ ବିଜୁ ଜନତା ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ବିଜେଡ଼ି ପକ୍ଷରୁ ଦଶପଲ୍ଲାରୁ ରମେଶ ଚନ୍ଦ୍ର ବେହେରାଙ୍କୁ ଟିକେଟ ଦିଆଯିବା ପରେ ପୂର୍ଣ୍ଣଚନ୍ଦ୍ର ଅସନ୍ତୁଷ୍ଟ ଥିଲେ। ଆଜି ସେ ଦଳରୁ ଇସ୍ତଫା ଦେବା ସହ ଅଭିଯୋଗ କରିଛନ୍ତି ଯେ ଦଳରେ ଦୁର୍ନୀତି ମୁକ୍ତ ପ୍ରାର୍ଥୀଙ୍କ ଅପେକ୍ଷା ଦୁର୍ନୀତିଗ୍ରସ୍ତଙ୍କୁ ଅଗ୍ରାଧିକାର ଦିଆଯାଇ ଟିକେଟ ଦିଆଯାଉଛି।

ସମ୍ବନ୍ଧିତ ଖବର