‘ମେ ଭି ଚୌକିଦାର’ ପ୍ରଚାରକୁ ନେଇ ମୋଦିଙ୍କୁ ରାହୁଲଙ୍କ ପ୍ରଶ୍ନ, ଆପଣ ନିଜକୁ ଦୋଷୀ ଅନୁଭବ କରୁଛନ୍ତି କି?

ଡେରାଡୁନ୍‌: ଆଗକୁ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମେ ଭି ଚୌକିଦାର’ ନାମରେ ଏକ ପ୍ରଚାର ଭିଡିଓ ବାହାର କରିଛନ୍ତି। ଏହି ଭିଡିଓକୁ ନେଇ ମୋଦିଙ୍କୁ ଥଟା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାହୁଲ ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି, ‘ଆତ୍ମରକ୍ଷା ଟୁଇଟ୍‌ ମିଷ୍ଟର୍‌ ମୋଦି। ଆଜି ଆପଣ ନିଜକୁ ଟିକେ ଦୋଷୀ ଅନୁଭବ କରୁଛନ୍ତି କି?’

ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଫଟୋ ବି ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି। ମୋଦିଙ୍କ ବ୍ୟତୀତ ଏହି ପୋଷ୍ଟର୍‌ରେ ଅନୀଲ ଅମ୍ବାନି, ନୀରବ ମୋଦି, ମେହୁଲ ଚୋକ୍‌ସି, ବିଜୟ ମାଲ୍ୟା, ଗୌତମ ଅଦାନି, ଜୟ ଶାହା ବି ଦେଖିବାକୁ ମିଳିଛନ୍ତି। ଏମାନଙ୍କ ଫଟୋ ଉପରେ ଲେଖାଯାଇଛି # ମେ ଭି ଚୌକିଦାର।

 

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପ୍ରଧାନମନ୍ତ୍ରୀ ମୋଦି ‘ମେ ଭି ଚୌକିଦାର’ ନାମରେ ଯେଉଁ ପ୍ରଚାର ଭିଡିଓ ଜାରି କରିଛନ୍ତି ସେଥିରେ ସମାଜର ବିଭିନ୍ନ ବର୍ଗର କଥା ରହିଛି। ଦୁର୍ନୀତି ବିରୋଧରେ ଲଢୁଥିବା ବ୍ୟକ୍ତି, ସାମାଜିକ କର୍ମୀ, କଠିନ ପରିଶ୍ରମୀ ଆଦି ସମସ୍ତେ ଜଣେ ଜଣେ ଚୌକିଦାର। ଏହା ହେଉଛି ଏହି ଭିଡିଓର ସାରମର୍ମ।

ସମ୍ବନ୍ଧିତ ଖବର