ଦେଶବିରୋଧୀ ଗୋଷ୍ଠୀଙ୍କ ସହାୟତାରେ କଂଗ୍ରେସ ନିଜର ଇସ୍ତାହାର ପ୍ରସ୍ତୁତ କରିଛି : ଜେଟଲୀ

ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ଆଜି ପ୍ରକାଶ ପାଇଥିବା ନିର୍ବାଚନୀ ଇସ୍ତାହାରକୁ ନେଇ ନିଜର ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି ନେତା ତଥା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ କଂଗ୍ରେସର ଯେଉଁ ଏଜେଣ୍ଡା ରହିଛି ତାହା ଦେଶକୁ ଭାଙ୍ଗିଦେବ । କଂଗ୍ରେସ ନିଜର ଇସ୍ତାହାର ଦେଶ ବିରୋଧୀ ଗୋଷ୍ଠୀଙ୍କ ସହାୟତାରେ ପ୍ରସ୍ତୁତ କରିଛି ।

ଜାମ୍ମୁ ଓ କାଶ୍ମୀରରେ ସଶସ୍ତ୍ର ସେନାର ସ୍ୱତନ୍ତ୍ର କ୍ଷମତା ଆଇନକୁ ପ୍ରତ୍ୟାହାର କରିନେବା କଥା କୁହାଯାଇଛି । କିନ୍ତୁ ଏହାର ଫଳାଫଳ କଣ ହେବ ତାହା ସମସ୍ତେ ଜାଣନ୍ତି । କାଶ୍ମୀରରେ ଯେଉଁମାନେ ସେନାକୁ ପଥର ଫିଙ୍ଗୁଛନ୍ତି ସେମାନଙ୍କୁ ସାହାଯ୍ୟ କରିବାକୁ କଂଗ୍ରେସ ଏପରି କରୁଛି । କେବଳ ସ୍ୱଳ୍ପକାଳୀନ ଲୋକପ୍ରିୟତା ହାସଲ କରିବା ପାଇଁ କଂଗ୍ରେସ କୃଷିଋଣ ଛାଡ଼ କରିବା କଥା କହୁଛି । କିନ୍ତୁ କଂଗ୍ରେସ ସରକାର ଥିବା ୫ଟି ରାଜ୍ୟରେ କେତେ ଜଣ ଚାଷୀ ଏହାଦ୍ୱାରା ଉପକୃତ ହୋଇପାରିଛନ୍ତି ?

ସମ୍ବନ୍ଧିତ ଖବର