ଫନି ପାଇଁ ସସ୍‌ପେଣ୍ଡ ହେଲେ ରାୟଗଡ଼ା ସିଡିଏମ୍‌ଓ

ଭୁବନେଶ୍ୱର: ବାତ୍ୟା ଫନି ପାଇଁ ରାଜ୍ୟ ସରକାରଙ୍କ କଟକଣାକୁ ନ ମାନିବାରୁ ରାୟଗଡ଼ାର ସିଡିଏମ୍‌ଓଙ୍କୁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିଛି। ଫନି ପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଥିଲେ। ଆଉ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ରାୟଗଡା ସିଡିଏମଓ ଡାକ୍ତର ଶିବପ୍ରସାଦ ପାଢ଼ୀ ଛୁଟିରେ ଥିଲେ ଓ ନିର୍ଦ୍ଦେଶନାମା ପରେ ବି ସେ କାର୍ଯ୍ୟରେ ଯୋଗ ଦେଇନଥିଲେ। ଯାହାଫଳରେ ତାଙ୍କୁ ଆଜି ସସ୍ପେଣ୍ଡ କରାଯାଇଛି। ଏହା ପରେ ଏଡ଼ିଏମଓଙ୍କୁ ଦାୟିତ୍ୱ ଦିଆଯାଇଛି। ଏଡିଏମଓ ଥିବା ଡାକ୍ତର ଶକ୍ତି ମହାନ୍ତିଙ୍କୁ କାର୍ଯ୍ୟଭାର ଦିଆଯାଇଛି।

ସମ୍ବନ୍ଧିତ ଖବର