ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟଡୁ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଛନ୍ତି କ୍ରିକେଟର ଅମ୍ବାତି ରାୟଡୁ | ବାରମ୍ବାର ବିଶ୍ୱକପରେ ତାଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ କରି ସେ ଅବସର ନେବାକୁ ନିଷ୍ପତ୍ତି ନେଇଥିବାର କହିଛନ୍ତି | ଆଇପିଏଲ ପରେ ବିଶ୍ୱକପ ଟିମରେ ଚୟନକର୍ତ୍ତା ରାୟଡୁଙ୍କୁ ଚୟନ କରିନଥିଲେ | ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଅମ୍ବାତି |

ବ୍ୟାଟ୍ସମ୍ୟାନ ଶିଖର ଧାୱନ ଆହତ ହେବା ପରେ ଅମ୍ବାତିଙ୍କୁ ସ୍ଥାନ ମିଳିବା ନେଇ ଚର୍ଚ୍ଚା ଜୋର ଧରିଥିଲା | କିନ୍ତୁ ତାଙ୍କ ବଦଳରେ ଋଷଭ ପଂଥଙ୍କୁ ଚୟନ କରାଯାଇଥିଲା | ଏହାପରେ ବିଜୟ ଶଙ୍କର ମଧ୍ୟ ଆହତ ହୋଇ ବିଶ୍ୱକପରୁ ବାଦ ପଡ଼ିଥିଲେ | ଏଥର ମଧ୍ୟ ସେ ଖେଳିବା ନେଇ ଆଶା ରଖିଥିଲେ | କିନ୍ତୁ ଶଙ୍କରଙ୍କ ବଦଳରେ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ମିଳିଥିଲା |

ତେବେ ଅମ୍ବାତି ସ୍ପଷ୍ଟ କରିଛନ୍ତି ଯେ ଆଇପିଏଲରେ ସେ ଖେଳିବା ଜାରି ରଖିବେ | ଏଠାରେ ସୂଚନା ଥାଉ କି ରାୟଡୁ ତିନିଟି ଶତକ କରିଥିବାବେଳେ ୧୦ଟି ଅର୍ଦ୍ଧଶତକ କରିଛନ୍ତି | ସେହିପରି ସର୍ବାଧିକ ୧୨୪ ରନ ସ୍କୋର କରିବା ସହ ପାଞ୍ଚଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ ମଧ୍ୟ ଖେଳିଥିଲେ |

ସମ୍ବନ୍ଧିତ ଖବର