ନାରାୟଣ ମୂର୍ତ୍ତିଙ୍କ ଜାମାତା ରିଷି ସୁନକ ହେଲେ ବ୍ରିଟେନର ନୂଆ ଅର୍ଥମନ୍ତ୍ରୀ

ଲଣ୍ଡନ : ଆଉ ଜଣେ ପ୍ରବାସୀ ଭାରତୀୟଙ୍କୁ ବଡ଼ ସଫଳତା ମିଳିଛି । ପ୍ରବାସୀ ଭାରତୀୟ ତଥା ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜାମାତା ରିଷି ସୁନକ ବ୍ରିଟେନର ନୂଆ ଚ୍ୟାନସେଲର ଅଫ ଏକ୍ସଚେକର(ରାଜକୋଷ ମୁଖ୍ୟ) ନିଯୁକ୍ତ ହୋଇଛନ୍ତି । ଏହି ପଦବୀଟି ଅର୍ଥମନ୍ତ୍ରୀ ସମତୁଲ ଏକ ପଦବୀ । ପୂର୍ବତନ ଚ୍ୟାନସେଲର ଅଫ ଏକ୍ସଚେକର ତଥା  ପାକିସ୍ତାନୀ ବଂଶୋଦ୍ଭବ ସାଜିଦ ଜାଭିଦ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

୩୯ ବର୍ଷୀୟ ରିଷି ହେଉଛନ୍ତି ବ୍ରିଟେନର ରିଚମଣ୍ଡ ୟର୍କସାୟାରର ସାଂସଦ । ସେ ଗତ ୨୦୧୫ରୁ କନଜରଭେଟିଭ ଦଳରୁ ସାଂସଦ ଅଛନ୍ତି । ସେ ନାରାୟଣ ମୂର୍ତ୍ତିଙ୍କ କନ୍ୟା ଅକ୍ଷତା ମୂର୍ତ୍ତିଙ୍କୁ ବିବାଦ କରିଛନ୍ତି । ପୂର୍ବରୁ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ପ୍ରୀତି ପଟେଲ ବ୍ରିଟେନର ଗୃହ ସଚିବ ଅଛନ୍ତି ।

ଗତ ଡିସେମ୍ବରରେ ନିର୍ବାଚନ ଜିତିବା ପରେ ପ୍ରଧାନମନ୍ତ୍ରୀ ଜନସନ ନିଜର ମନ୍ତ୍ରୀମଣ୍ଡଳରେ କେତେକ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ପୂର୍ବରୁ ଥିବା କିଛି ମନ୍ତ୍ରୀଙ୍କୁ ବାହାର କରି ନୂଆ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦେବାକୁ ବିଚାର ସେ ବିଚାର କରୁଛନ୍ତି । ଏହା ପୂର୍ବରୁ ସାଜିଦ ଇସ୍ତଫା ଦେଇଛନ୍ତି । ଆଉ ମାତ୍ର ଏକ ସପ୍ତାହ ପରେ ସେ ବ୍ରିଟିସ ପାର୍ଲିଆମେଣ୍ଟରେ ବଜେଟ ଆଗତ କରିବାର ଥିଲା ।

ସମ୍ବନ୍ଧିତ ଖବର