ଆସନ୍ତାକାଲି ଆସିବ ‘ସମ୍ବାଦ-କନକ ନ୍ୟୁଜ’ ଏକଜିଟ୍ ପୋଲ୍ : ୧ ଲକ୍ଷରୁ ଅଧିକ ମତାମତ ଆଧାରରେ ପ୍ରସ୍ତୁତ ହୋଇଛି ରିପୋର୍ଟ ‘ସରକାର୨୦୧୯’

ଆସନ୍ତାକାଲି ଅପରାହ୍ମ ୫ଟାରୁ କିଏ ଗଢିବ ସରକାର

ଭୁବନେଶ୍ବର: କାଲି ସରିବ ଅନ୍ତିମ ପର୍ଯ୍ୟାୟ ମତଦାନ ଆଉ ୨୩ରେ ହେବ ମତଗଣନା। ତେବେ ଏହା ପୂର୍ବରୁ ଆସନ୍ତା କାଲି ଆସିବ ଏକଜିଟ୍ ପୋଲ୍ ରିପୋର୍ଟ ଅର୍ଥାତ୍ ବୁଥ୍ ବାହୁଡ଼ା ମତ । ଭୋଟ ଦେବା ପରେ ଭୋଟରଙ୍କ ପ୍ରତିକ୍ରିୟା ଆଧାରରେ ପ୍ରସ୍ତୁତ ହୋଇଛି ଏହି ରିପୋର୍ଟ। ଏହା ସୂଚାଇବ କିଏ ଜିତିବ, କିଏ ହାରିବ?  ଆସନ୍ତାକାଲି ସଂଧ୍ୟା ୫ଟାରୁ କନକ ନ୍ୟୁଜ୍ ପରିବେଷଣ କରିବ ରାଜ୍ୟର ସବୁଠୁ ବଡ଼ ଏକଜିଟ୍ ପୋଲ୍ ରିପୋର୍ଟ – ‘ସରକାର୨୦୧୯’।
ରାଜ୍ୟ ଇତିହାସରେ ସବୁଠୁ ବଡ଼ ଏକଜିଟ୍ ପୋଲ୍  ମିଳିତ ଭାବେ କରିଛନ୍ତି ସମ୍ବାଦ ଓ କନକ ନ୍ୟୁଜ୍ । ବୁଥ ଫେରନ୍ତା ପ୍ରାୟ ୧ ଲକ୍ଷ ଭୋଟରଙ୍କ ମତକୁ ଅଧାର କରି ଏହି ରିପାର୍ଟ ପ୍ରସ୍ତୁତ କରାଯାଇଛି । ପ୍ରଥମ ଥର ପାଇଁ ଆସନ ଆଧାରରେ ବୁଥ୍ ବାହୁଡା ମତ ଆସିବ । କେଉଁ ଆସନରେ କିଏ ଜିତିବ, କିଏ ପଛରେ ପଡିଯିବ ତାର ଆକଳନ କରାଯିବ ଆଉ କେଉଁଠି କ୍ଲୋଜ୍ ଫାଇଟ୍ ହେବ ତାହା ମଧ୍ୟ ଜଣାଇବ ସମ୍ବାଦ ଓ କନକ ନ୍ୟୁଜ୍ ଏକଜିଟ୍ ପୋଲ୍। 
ସମ୍ବନ୍ଧିତ ଖବର