ଦୁଷ୍କର୍ମ ମାମଲାରେ ବିଏସପିର ନବ ନିର୍ବାଚିତ ସାଂସଦ ଅତୁଲ ରାୟଙ୍କୁ ଗିରଫଦାରିରୁ ସୁରକ୍ଷା ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (ବିଏସପି)ର ନବ ନିର୍ବାଚିତ ସାଂସଦ ଅତୁଲ ରାୟଙ୍କୁ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଚାଲିଥିବା ଏକ ଦୁଷ୍କର୍ମ ମାମଲାରେ ଗିରଫଦାରିରୁ ସୁରକ୍ଷା ଦେବାକୁ  ମନା କରି ଦେଇଛନ୍ତି । ବାରଣାସୀର ଜଣେ କଲେଜ୍ ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ରାୟଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ବାରଣାସୀରେ ରହୁଥିବା ଏହି ଛାତ୍ରୀ ଜଣକ ଅଭିଯୋଗ କରିଥିଲେ ଯେ ମଇ ୧ ତାରିଖରେ ଅତୁଲ ରାୟ ତାଙ୍କୁ ପତ୍ନୀଙ୍କ ସହ ସାକ୍ଷାତ କରାଇବାକୁ କହି ନିଜ ଘରକୁ ଆଣିଥିଲେ । କିନ୍ତୁ ଘରେ ପତ୍ନୀ ନ ଥିଲେ। ସେଠାରେ ତାଙ୍କ ସହ  ଦୁଷ୍କର୍ମ କରିଥିଲେ ଅତୁଲ ରାୟ ।

ଏହି ମାମଲାର ବିଚାର କରି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ରାୟଙ୍କ ଗିରଫଦାରି ରୋକିବା ଯାଚିକା ଉପରେ ଶୁଣାଣ କରିଛନ୍ତି । ଏହା ପୂର୍ବରୁ ଅଦାଲତ ଅତୁଲ ରାୟଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରି ଦେଇଥିଲେ । ଏବେ ପୁଲିସ ଯେକୌଣସି ସମୟରେ (ବିଏସପି)ର ନବ ନିର୍ବାଚିତ ସାଂସଦ ଅତୁଲ ରାୟଙ୍କୁ ଗିରଫ କରିବାର ଆଶଙ୍କା ଦେଖା ଦେଇଛି।

ସମ୍ବନ୍ଧିତ ଖବର