ତିନି ଫୁଟର ବ୍ୟାରିକେଡ ଡେଇଁ କର୍ମୀଙ୍କ ସହ ସେଲ୍ଫି ନେଲେ ପ୍ରିୟଙ୍କା ଗାନ୍ଧୀ

ରତଲାମ: “ଦିଦି ଏକ ସେଲ୍ଫି” କେବଳ ଏହି କଥା ପଦକ ଶୁଣି ସମ୍ଭାଳିଲାନି ମନ, ଆଉ ତିନି ଫୁଟ ଉଚ୍ଚତାର ବ୍ୟାରିକେଡ଼ ଡେଇଁ କର୍ମୀଙ୍କ ପାଖରେ ପହଂଚିଗଲେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ | କିଛି ଏଭଳି ଘଟଣା ରତଲାମଠାରେ ଘଟିଛି | ପ୍ରକୃତ କଥା ହେଉଛି ମଧ୍ୟପ୍ରଦେଶର ରତଲାମଠାରେ ଏକ ଜନସଭାକୁ ସମ୍ବୋଧିତ କରି ଯେତେବେଳେ ମଞ୍ଚରୁ ଓହ୍ଲାଇଥିଲେ ସେଲ୍ଫି ସେଲ୍ଫି ସ୍ୱରରେ କିଛି କର୍ମୀ ଚିତ୍କାର କରିଥିଲେ | କର୍ମୀଙ୍କର ତାଙ୍କ ପ୍ରତି ଥିବା ଭଲ ପାଇବା ଦେଖି ନିଜକୁ ଅଟକାଇ ପାରିନଥିଲେ ପ୍ରିୟଙ୍କା | ବ୍ୟାରିକେଡ଼ ଡେଇଁ କର୍ମୀଙ୍କ ପାଖରେ ପହଁଚିଥିଲେ |

photo-jansatta

ସେମାନଙ୍କ ସହ ସେଲ୍ଫି ଉଠାଇବା ସହ ଭଲମନ୍ଦ ପଚାରି ବୁଝିଥିଲେ | ପ୍ରିୟଙ୍କାଙ୍କ ଏଭଳି ବ୍ୟବହାର ଦେଖି ସୁରକ୍ଷାକର୍ମୀ ବି ବିସ୍ମିତ ହୋଇ ଯାଇଥିଲେ | ପ୍ରିୟଙ୍କା ଡେଇଁବା ଦେଖି ସୁରକ୍ଷାକର୍ମୀ ବି ଡେଇଁଥିଲେ | ପ୍ରିୟଙ୍କା ଯେତେବେଳେ ସେମାନଙ୍କ ପାଖକୁ ଆସୁଛନ୍ତି ଉପସ୍ଥିତ ଥିବା କର୍ମୀମାନେ ବି ଉତ୍ସାହିତ ହୋଇପଡିଥିଲେ | ସେ ଜନସଭାକୁ ସମ୍ବୋଧିତ କରିବା ପୂର୍ବରୁ ସେ ଉଜ୍ଜୟିନୀର ମହାକାଳେଶ୍ଵରଙ୍କୁ ବି ଦର୍ଶନ କରିଥିଲେ | ଆଉ ରତଲାମ ସଭାରେ ମୋଦି ସରକାରଙ୍କ ଉପରେ ରାଫେଲ ପ୍ରସଙ୍ଗକୁ ନେଇ ଜୋରଦାର ବର୍ଷିଥିଲେ |

ସମ୍ବନ୍ଧିତ ଖବର