ତିତ୍‌ଲି ବ୍ୟାତ୍ୟା ପାଇଁ ବାଙ୍ଗାଲୋରକୁ ଯିବ ସ୍ୱତନ୍ତ୍ର ସୁପରଫାଷ୍ଟ ତତକାଳ ଟ୍ରେନ, ସୋମବାର ସକାଳ ୭.୩୦ରେ ଭୁବନେଶ୍ୱର ଛାଡିବ

ଭୁବନେଶ୍ୱର : ତିତିଲି ବାତ୍ୟା ଓ ତା ପ୍ରଭାବରୁ ହୋଇଥିବା ଲଗାଣ ବର୍ଷା ଫଳରେ ରାଜ୍ୟରେ କେତେକ ଟ୍ରେନ ବାତିଲ କରାଯାଇଛି । ଏହା ଫଳରେ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଏକ ସ୍ୱତନ୍ତ୍ର ସୁପରଫାଷ୍ଟ ତତକାଳ ଟ୍ରେନ ଚଳାଇବା ବିଷୟରେ ଘୋଷଣା କରାଯାଇଛି । ୦୨୫୧୦ ଭୁବନେଶ୍ୱର-ବାଙ୍ଗାଲୋର କାଣ୍ଟ ସ୍ୱତନ୍ତ୍ର ତତକାଳ ଟ୍ରେନ ଆସନ୍ତା ୧୫ ତାରିଖ ସୋମବାର ଦିନ ସକାଳ ୭ଟା ୩୯ ମିନିଟରେ ଭୁବନେଶ୍ୱର ଷ୍ଟେସନ ଛାଡି ୧୬ ଅକ୍ଟୋବର ଦିନ ୧୧ଟା ୪୦ ମିନିଟରେ ବାଙ୍ଗାଲୋର କ୍ୟାଣ୍ଟ ଷ୍ଟେସନରେ ପହଞ୍ଚିବ । ଏଥିରେ ଗୋଟିଏ ଏସି ୨-ଟିୟର, ୮ଟି ଏସି ୩-ଟିୟର, ୧୦ଟି ସ୍ଲିପର କ୍ଲାସ , ୨ଟି ସେକେଣ୍ଡ କ୍ଲାସ ସିଟିଂ ବଗି ଓ ୨ଟି ଗାର୍ଡ ଲଗେଜ କୋଚ ରହିବ । ଏହା ଭୁବନେଶ୍ୱରରୁ ବାହାରି ଖୋର୍ଦ୍ଧା ରୋଡ, ବାଲୁଗାଁ, ବ୍ରହ୍ମପୁର ଷ୍ଟେସନରେ ରହିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର