କାଠମାଣ୍ଡୁ: ବିମାନ ଦୁର୍ଘଟଣାରେ ୩ ମୃତ, ୫ ଆହତ

କାଠମାଣ୍ଡୁ: ନେପାଳର ଲୁକ୍‌ଲାଠାରେ ଥିବା ତେନଜିଂ-ହିଲାରି ବିମାନ ବନ୍ଦରରେ ହୋଇଥିବା ବିମାନ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ବିମାନ ବନ୍ଦରରେ ପାର୍କ ହୋଇଥିବା ଆଉ ଏକ ବିମାନରେ ବିମାନଟି ପିଟି ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସେହି ମୃତକଙ୍କ ଭିତରେ ଜଣେ ପୁଲିସ୍‌ ଅଫିସର୍‌ ମଧ୍ୟ ଅଛନ୍ତି। ତେବେ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିଚୟ ଏବେ ବି ଜଣାପଡ଼ି ନାହିଁ।

ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କାଠମାଣ୍ଡୁ ହସ୍ପିଟାଲ୍‌କୁ ପଠାଯାଇଛି। ଏହି ଦୁର୍ଘଟଣାକୁ ଦେଖିଥିବା ଜଣେ ପ୍ରତ୍ୟେକ୍ଷଦର୍ଶୀ କୁହନ୍ତି ବିମାନଟି ଟେକ୍‌-ଅପ୍‌ କରିବା ସମୟରେ ଏପରି ଘଟିଥିଲା। ଏହି ଦୁର୍ଘଟଣା ପରେ ଉକ୍ତ ବିମାନବନ୍ଦରରେ ବିମାନ ଚଳାଚଳରେ ସାମାନ୍ୟ ବ୍ୟାଘାତ ଘଟିଛି ବୋଲି ସୂଚନା ରହିଛି।

ଦୁର୍ଘଟଣା ଘଟିଥବା ସୁମିଟ୍‌ ବିମାନରେ ସମୁଦାୟ ୧୪୯ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ୧୪୨ ଜଣ ଯାତ୍ରୀ ଥିବା ବେଳେ ୭ ଜଣ କ୍ରିୟୁ ମେମ୍ବର ଥିଲେ।

ସମ୍ବନ୍ଧିତ ଖବର