“ସବୁ ମୋଦି ସାଙ୍ଗିଆଧାରୀ ଚୋର” କହି ଫସିଲେ ରାହୁଲ, ମାନହାନୀ ମକଦ୍ଦମା କଲେ ସୁଶୀଲ ମୋଦି

ପାଟନା: “ସବୁ ମୋଦି ସାଙ୍ଗିଆଧାରୀ ଲୋକମାନେ ଚୋର” ବୋଲି କହି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହରଡ଼ଘଣାରେ ଫସିଛନ୍ତି । ଏଥିପାଇଁ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି ବିହାରର ବରିଷ୍ଠ ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ପାଟନାର ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ଆଇପିସିର ଧାରା ୫୦୦ ଅଧିନରେ ଏହି ମାମଲା ଦାଏର କରିଛନ୍ତି । କୋର୍ଟ ଆସନ୍ତା ୨୨ ତାରିଖରେ ଏହି ମାମଲାର ଶୁଣାଣି କରିବାର ସମ୍ଭାବନା ରହିଛିି ବୋଲି ସେ କହିଛନ୍ତି । ସେ ମଧ୍ୟ ରାହୁଲଗାନ୍ଧିଙ୍କର ଚୌକିଦାର ଚୋର ହୈ, ସ୍ଲୋଗାନକୁ ବିରୋଧ କରିଛନ୍ତି ।
ଗତ ସୋମବାରଦିନ ଉତ୍ତରପ୍ରଦେଶର ବୁଲନ୍ଦସହର ନିବାସୀ ଜଗଦୀପ କୁମାର ମୋଦି ନାମକ ବ୍ୟକ୍ତି ମଧ୍ୟ ରାହୁଲଙ୍କ ବିରୋଧରେ ଏକ ମାନହାନୀ ମକଦ୍ଦମା କରିଥିଲେ । ନିଜ ଅଭିଯୋଗରେ ସେ କହିଛନ୍ତି ରାହୁଲଙ୍କ ଏହି ବୟାନ ତାଙ୍କର ଓ ତାଙ୍କ ପରିବାରର ମାନହାନି କରିଛି ଓ ଅନେକ ଲୋକ ତାଙ୍କୁ ଏଥିପାଇଁ ଚିଡଉଛନ୍ତି ।

ସମ୍ବନ୍ଧିତ ଖବର