ଏଥର ଆଡଭାନୀ କଣ ସନ୍ୟାସ ନେବେ ? ଗାନ୍ଧିନଗର ଆସନକୁ ନେଇ କଳ୍ପନାଜଳ୍ପନା

ନୂଆଦିଲ୍ଲୀ : ଦେଶରେ ସାଧାରଣ ନିର୍ବାଚନ ପାଇଁ ବାତାବରଣ ଦିନକୁ ଦିନ ଉଷ୍ମ ହୋଇଚାଲିଛି । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ କଂଗ୍ରେସ, ବିଜେପି, ସପା, ବସପା, ଶିବସେନା, ତୃଣମୂଳ କଂଗ୍ରେସ ଆଜି ପ୍ରଚାର ଆରମ୍ଭ କରିଦେଲେଣି । କଂଗ୍ରେସ ଓ ଅନ୍ୟ କେତେକ ପ୍ରମୁଖ ଦଳ ନିଜ ନିଜର ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଲେଣି । କିନ୍ତୁ ବିଜେପି ଏପର୍ଯ୍ୟନ୍ତ ନିଜର ତାଲିକା ଘୋଷଣା କରିନାହିଁ । ଆଜି ସଂଧ୍ୟା ସୁଦ୍ଧା ଦଳ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବାର ସମ୍ଭାବନା ରହିଛି ।

ତେବେ ଏସବୁ କସରତ ମଧ୍ୟରେ ଜଣେ ନେତା ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛନ୍ତି । ସେ ହେଉଛନ୍ତି ବିଜେପିର ପୁରୁଖା ନେତା ଲାଲକୃଷ୍ଣ ଆଡଭାନୀ । କ୍ରମାଗତଭାବେ ୬ ଥର ପାଇଁ ଗାନ୍ଧୀନଗର ଆସନରୁ ଜିତିଆସୁଥିବା ୯୧ ବର୍ଷୀୟ ଆଡଭାନୀଜୀ ଏଥର ଲଢିବେ କି ନା ତାକୁ ନେଇ ଏ ପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନାହିଁ । କେତେକଙ୍କ ମତରେ ସେ ଏଥର ସକ୍ରିୟ ରାଜନୀତିରୁ ସନ୍ୟାସ ନେଇପାରନ୍ତି । ତାଙ୍କ ସ୍ଥାନରେ ଦଳ ଆଉ କାହାକୁ ଛିଡା କରିପାରେ । ତାଙ୍କ ସ୍ଥାନରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏହି ଆସନରୁ ଛିଡା ହୁଅନ୍ତୁ ବୋଲି ଦଳରେ କେତେକ କର୍ମୀ ଦାବି କରୁଛନ୍ତି । କିନ୍ତୁ ବିଜେପିର ତାଲିକା ଆସିବା ପରେ ସ୍ଥିତି ସ୍ପଷ୍ଟ ହେବ ।

ସମ୍ବନ୍ଧିତ ଖବର