ମୁଁ ମୋ ମନ୍ତବ୍ୟ ଫେରାଇ ନେଉଛି, କ୍ଷମା ଚାହୁଛି: ସହିଦ ହେମନ୍ତ କାରକରେଙ୍କ ପ୍ରସଂଗରେ କହିଲେ ସାଧ୍ୱୀ ପ୍ରଜ୍ଞା

ଭୋପାଳ: ବିଜେପିର ଭୋପାଳ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ହେମନ୍ତ କାରକରେଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ଶୁକ୍ରବାର କ୍ଷମା ମାଗିଛନ୍ତି। ୨୦୦୮ ମସିହାର ମେଲଗାଓଁ ବୋମା ବିସ୍ଫୋରଣ ଅଭିଯୁକ୍ତ ସାଧ୍ୱୀ କାରକରେଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦକୁ ଆସିବା ପରେ ତାଙ୍କ ବିରୋଧରେ ମଧ୍ୟପ୍ରଦେଶ ନିର୍ବାଚନ କମିସନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ବିବାଦକୁ ଆଗକୁ ନ ବଢ଼ାଇ ସାଧ୍ୱୀ କହିଛନ୍ତି, ‘ମୋତେ ଲାଗୁଛି ଏହି ବିବାଦରୁ ଶତ୍ରୁଙ୍କୁ ଫାଇଦା ଦେଉଛି। ମୁଁ ସେପରି ହେବାକୁ ଦେବିନାହିଁ। ମୁଁ ମେ ବଚନ ଫେରାଇ ନେଉଛି। ମୁଁ ଏଥିପାଇଁ କ୍ଷମା ଚାହୁଁଛି। ଯାହା ବି କହିଲି ତାହା ମୋର ନିଜସ୍ୱ ଯନ୍ତ୍ରଣା।’

ଉଲ୍ଲେଖଯୋଗ୍ୟ, ମୁମ୍ବାଇ ବିସ୍ଫୋରଣରେ ପ୍ରାଣ ହରାଇଥିବା ପୂର୍ବତନ ଆଣ୍ଟି ଟେରୋରିଜମ୍‌ ସ୍କ୍ଵାଡ(ଏଟିଏସ୍‌) ମୁଖ୍ୟ ହେମନ୍ତ ଜଣେ ଦେଶଦ୍ରୋହୀ ଥିଲେ ବୋଲି ସାଧ୍ୱୀ ପ୍ରଜ୍ଞା କହିବା ସହ ସେ ଦେଇଥିବା ଅଭିଶାପ କାରଣରୁ ହେମନ୍ତଙ୍କ ମୃତ୍ୟୁ ଘଟିଛି ବୋଲି କହିଥିଲେ। ସାଧ୍ୱୀଙ୍କର ଏପରି ବୟାନ ତାଙ୍କୁ ବିବାଦ ଭିତରକୁ ଟାଣି ନେଇଥିଲା।

ସାଧ୍ୱୀ ବୟାନ ଦେଇ କହିଥିଲେ କି ‘ମୁଁ ପୂର୍ବତନ ଆଣ୍ଟି ଟେରୋରିଜମ୍‌ ସ୍କ୍ଵାଡ(ଏଟିଏସ୍‌) ମୁଖ୍ୟ ହେମନ୍ତ କାରକେରେଙ୍କୁ କହିଥିଲି କି ତୋ’ର ସର୍ବନାଶ ହେବ ବୋଲି। ମୁଁ ତାକୁ ଭେଟିବା ବେଳେ ସେ ଆଭାସ ମୋତେ ମିଳି ସାରିଥିଲା। ମୁଁ ତାକୁ ଏପରି କହିବାର ଠିକ୍‌ ଦେଢ଼ ମାସ ଭିତରେ ଆତଙ୍କବାଦୀ ଗୁଳିରେ ତା’ ଜୀବନ ଗଲା।’

ସମ୍ବନ୍ଧିତ ଖବର