କୋହଲିଙ୍କ ବିନା ଇଂଲଣ୍ଡରେ ଟେଷ୍ଟ ଶୃଙ୍ଖଳା ଜିତି ପାରିବନି ଭାରତ: ସେହେଓ୍ଵାଗ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ଶୃଙ୍ଖଳା ଖେଳିବା ସମ୍ଭାବନା କମ ରହିଛି। ଆଇପିଏଲ୍‌ ମ୍ୟାଚ୍‌ ବେଳେ ବେକରେ ଆଘାତ ଲାଗିବାରୁ କୋହଲି ଇଂଲଣ୍ଡ କାଉଣ୍ଟି ସର୍କିଟରେ ଖେଳି ପାରିବେ ନାହିଁ।

ବିରାଟ କୋହଲିଙ୍କ ଫିଟ୍‌ନେସ୍‌ ନେଇ ଭାରତୀୟ ଟିମ୍‌ର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହେଓ୍ଵାଗ ନିଜର ପ୍ରତିକ୍ରିୟା ଦେଇଛନ୍ତି। କୋହଲିଙ୍କ ଆଘାତ ନେଇ ସେହେଓ୍ଵାଗ୍‌ ଚିନ୍ତା ପ୍ରକଟ କରିଛନ୍ତି। ସେହେଓ୍ଵାଗଙ୍କ କହିବା ଅନୁସାରେ କୋହଲିଙ୍କ ବିନା ଇଂଲଣ୍ଡରେ ଭାରତ ଶୃଙ୍ଖଳା ଜିତିବା କଠିନ ହେବ।

ସେହେଓ୍ଵାଗ ଏକ ଟିଭି ଚେନାଲକୁ ସାକ୍ଷାତକାରରେ କହିଛନ୍ତି, କୋହଲିଙ୍କୁ ଆଘାତ ଲାଗିବା ବାସ୍ତବପକ୍ଷେ ଗମ୍ଭୀର ବିଷୟ କିନ୍ତୁ ମେଡିକାଲ ବିଶେଷଜ୍ଞ ଏହା ଜାଞ୍ଚ କରିବା ପରେ ଏହା କୋହଲିଙ୍କ ଶରୀର ପ୍ରତି କେତେ ପ୍ରଭାବ ରହିଛି ତାହା ଜଣାପଡ଼ିବ।

କୋହଲିଙ୍କ ଫିଟ୍‌ନେସ ପରୀକ୍ଷା ଜୁନ ୧୫ରେ ହେବ। ଏହା ପରେ କୋହଲି ମ୍ୟାଚ୍‌ ଖେଳିବେ ନା ନାହିଁ ସ୍ପଷ୍ଟ ହେବ। ଜୁନ ଶେଷ ସପ୍ତାହରେ ଆୟାରଲାଣ୍ଡ ବିପକ୍ଷରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ପରେ ଇଂଲଣ୍ଡ ସହିତ ଭାରତ ମ୍ୟାଚ୍‌ ଖେଳିବ।

ସେହେଓ୍ଵାଗ କହିଛନ୍ତି, କୋହଲିଙ୍କୁ ଏଣିକି ନିଜର ଶରୀର ପ୍ରତି ଧ୍ୟାନ ଦେବାକୁ ହେବ। ଯଦି ଏହା ବେକରେ ଆଘାତ ଲାଗିଛି, ତେବେ ଇଂଲଣ୍ଡରେ ମ୍ୟାଚ୍‌ ପୂର୍ବରୁ ଠିକ ହୋଇ ପାରିବ। କିନ୍ତୁ କୋହଲିଙ୍କୁ ନିଜର ଶରୀର ପ୍ରତି ଧ୍ୟାନ ଦେବା ଜରୁରୀ ରହିଛି।

ସମ୍ବନ୍ଧିତ ଖବର