ବିଜେପି ଟିକେଟ୍‌ ପାଇ ଖୁସିରେ ମସ୍‌ଗୁଲ୍‌ ଯୁବ ପ୍ରାର୍ଥୀ: ‘ମୋଦି ୬୮ ବର୍ଷ ବୟସରେ ଦିନକୁ ୨୦ ଘଣ୍ଟା କାମ କରୁଛନ୍ତି, ମୁଁ ୨୮ ବର୍ଷ ବୟସରେ ଆହୁରି ବେଶି କରିବି’

ବେଙ୍ଗାଲୁର: ଦକ୍ଷିଣ ବେଙ୍ଗାଲୁରରୁ ଲୋକସଭା ପ୍ରାର୍ଥୀ ଭାବେ ବିଜେପି ତେଜସ୍ୱି ସୂର୍ଯ୍ୟଙ୍କ ନାମ ଘୋଷଣା କରିବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ତେଜ୍ୱସି। ଏହି ଯୁବ ପ୍ରାର୍ଥୀ ଜଣକ ୪ ବର୍ଷ ତଳେ ବିଜେପିରେ ଯୋଗ ଦେଇଥିଲେ।

ସେ ତାଙ୍କର ଖୁସି ବ୍ୟକ୍ତ କରି ଟ୍ଵିଟର୍‌ରେ ଲେଖିଛନ୍ତି, ‘ହେ ଭଗବାନ! ମୁଁ ବିଶ୍ୱାସ କରିପାରୁନି। ବିରାଟ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଓ ବିରାଟ ରାଜେନତିକ ଦଳର ମୁଖିଆ ଜଣେ ୨୮ ବର୍ଷର ଯୁବକ ଉପରେ ଭରସା କରିପାରିଛନ୍ତି। ଏହା କେବଳ ମୋ ବିଜେପିରେ ଘଟିପାରେ।’

ସୋମବାର ବିଳମ୍ବିତ ରାତ୍ରିରେ ଶାସକ ଦଳ ଏକ ବୈଠକ କରିବା ପରେ ତେଜ୍ୱସୀଙ୍କୁ ଟିକେଟ୍‌ ଦେବା କଥା ସ୍ଥିର ହୋଇଥିଲା। ଟିକେଟ୍‌ ପାଇବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ୍‌ ଜଣାଇବା ସହ ମାତୃଭୂମି ପାଇଁ କାମ କରିବା ପାଇଁ ଶପଥ ନେଇଛନ୍ତି।

 

ସେ ନିଜର ଖୁସି ପ୍ରକାଶ କରି ଆହୁରି ବି କହିଛନ୍ତି ଯେ ‘ମୁଁ ଶୋଇପାରୁନି, ଖୁବ୍‌ ଉତ୍ସାହ ଅଛି। ଭବିଷ୍ୟତକୁ ନେଇ ଅନେକ ଆଶା। ଅନେକ କାମ କରିବାର ଅଛି। ଗୋଟିଏ ଜୀବନ ଯଥେଷ୍ଟ ନୁହେଁ। ଯଦି ମୋଦି ୬୮ ବର୍ଷ ବୟସରେ ଦିନକୁ ୨୦ ଘଣ୍ଟା କାମ କରିପାରୁଛନ୍ତି ମୁଁ ୨୮ ବର୍ଷ ବୟସରେ ଆହୁରି କରିବାକୁ ଚେଷ୍ଟା କରିବି।’

ସମ୍ବନ୍ଧିତ ଖବର