୪୯ଟି ଗଣମାଧ୍ୟମ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଲେ ଅଦାଲତ: ବିଜେପି ପ୍ରାର୍ଥୀ ତେଜ୍ୱସୀ ସୂର୍ଯ୍ୟଙ୍କ ବିରୋଧରେ ଛାପି ପାରିବେନି ମାନହାନୀ ସୂଚକ ସମ୍ବାଦ

ବେଙ୍ଗାଲୁର: ଭାରତୀୟ ଜନତା ପାର୍ଟିର ଦକ୍ଷିଣ ବେଙ୍ଗାଲୁର ସାଂସଦ ପ୍ରାର୍ଥୀ ତେଜ୍ୱସୀ ସୂର୍ଯ୍ୟ କେତେକ ଗଣମାଧ୍ୟମ ସଂସ୍ଥା ବିରୋଧରେ ଅଭିଯୋଗ ନେଇ କୋର୍ଟ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ପ୍ରାଥମିକ ଶୁଣାଣି କରି ଅଦାଲତ ଅନ୍ତ୍ରରୀଣ ଅଦେଶନାମା ପ୍ରକାଶ କରି କୋର୍ଟ ୪୯ଟି ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲାଗାଇଛନ୍ତି। ସୋସଆଲ୍‌ ମିଡିଆ ସାଇଟ୍‌ ଫେସ୍‌ବୁକ୍‌ ଓ ଗୁଗୁଲ୍‌ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏଥିରୁ ବିରତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କର ଅନ୍ୟଦେଶ ପର୍ଯ୍ୟନ୍ତ କୌଣସି ଗଣାମାଧ୍ୟମରେ ବିଜେପି ପ୍ରାର୍ଥୀଙ୍କ ନାମରେ ସମ୍ମାନହାନୀ କଲା ପରି କୌଣସି ସମ୍ବାଦ ପ୍ରସାରିତ କିମ୍ବା ପ୍ରଚାରିତ ହୋଇପାରିବ ନାହିଁ ବୋଲି କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କେତେକ ଖବର ସଂସ୍ଥା ତେଜ୍ୱସୀଙ୍କ ବିରୋଧରେ ଆଡୁସାଡୁ ଖବର ଛାପିଥିବାରୁ ସେ ଏକ ମାନହାନୀ ମାମଲା ରୁଜ୍ଜୁ କରିଥିଲେ। ତେଜ୍ୱସୀଙ୍କ ମାମଲାକୁ ଭିତ୍ତିକରି ବେଙ୍ଗାଲୁର ସିଟି ସିଭିଲ୍‌ କୋର୍ଟ ଏହି ଶୁଣାଣି କରିଛନ୍ତି।

ଯେଉଁ ୪୯ ଗଣମାଧ୍ୟମ ସଂସ୍ଥା ବିରୋଧରେ ଅଭିଯୋଗ ହୋଇଛି ସେଥିରେ କେତେକ ଇଂରାଜି ଓ କନ୍ନଡା ଖବରକାଗଜ ବି ସାମିଲ୍‌ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ତେଜ୍ୱସୀ ସୂର୍ଯ୍ୟ ହେଉଛନ୍ତି ଏଥର ନିର୍ବାଚନର ସର୍ବକନିଷ୍ଠ ପ୍ରାର୍ଥୀ। ସେ ଯଦି ଏଥର ନିର୍ବାଚନ ଜିତନ୍ତି ତେବେ ସେ ହେବେ ସର୍ବକନିଷ୍ଠ ସାଂସଦ।

ସମ୍ବନ୍ଧିତ ଖବର