ନିଜ ଶ୍ୱଶୂରଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀଭାବେ ଛିଡା ହେବେ ଲାଲୁଙ୍କ ପୁତ୍ର ତେଜପ୍ରତାପ

ପାଟନା : ଲାଲୁ ଯାଦବଙ୍କ ପରିବାରରେ ବିବାଦ ଦିନକୁ ଦିନ ବଢିଚାଲିଛି । ବିଶେଷକରି ଲାଲୁଙ୍କ ଦୁଇପୁଅ ତେଜପ୍ରତାପ ଓ ତେଜସ୍ୱୀଙ୍କ ମଧ୍ୟରେ ମନୋମାଳିନ୍ୟ ଚରମ ସୀମାରେ ପହଞ୍ଚିଲାଣି । ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଛାତ୍ର ସଂଗଠନର ମୁଖ୍ୟ ପଦ ଛାଡିବା ପରେ ନିର୍ବାଚନରେ ସ୍ୱାଧୀନପ୍ରାର୍ଥୀଭାବେ ଲଢିବାର ସଂକେତ ଦେଇଛନ୍ତି । ସେ ବିହାରର ସରନ ଆସନରୁ ଲଢିବାର ସଂକେତ ଦେଇଛନ୍ତି । କିନ୍ତୁ ମଜାକଥା ହେଉଛି ଯେ ଏହି ଆସନରୁ ତାଙ୍କ ଶ୍ୱଶୂର ଚନ୍ଦ୍ରିକା ରାୟ ଛିଡା ହେବେ ବୋଲି ତେଜସ୍ୱୀ ଗତ କାଲି ଘୋଷଣା କରିଥିଲେ । ଏହି କାରଣରୁ ତେଜପ୍ରତାପ ଅସନ୍ତୁଷ୍ଟ ଅଛନ୍ତି । ଏହି ଆସନଟି ଲାଲୁ ପ୍ରସାଦ ଯାଦବଙ୍କ ଆସନ । ସେ ଏଠାରୁ ୪ ଥର ଜିତିଥିଲେ । ଏହି ଆସନକୁ ଅନ୍ୟକୁ ଦେଇଦେବା ତାଙ୍କ ପିତାଙ୍କ ଅପମାନ ବୋଲି ସେ ମନେ କରୁଛନ୍ତି ।

ଏହାର ପ୍ରତିବାଦ କରି ତେଜପ୍ରତାପ ଗତକାଲି ଦଳର ଛାତ୍ରସଂଗଠନର ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଏକ ଟ୍ବିଟ କରି ସେ ଲେଖିଥିଲେ ଯେ ଯେଉଁମାନେ ତାଙ୍କୁ ମୁର୍ଖ ବୋଲି ଭାବୁଛନ୍ତି ସେମାନେ ନିଜେ କିଛି ଜାଣିନାହାନ୍ତି । ସେ ତାଙ୍କ ଭାଇ ତେଜସ୍ବୀଙ୍କୁ ଏକଥା କହିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର