ଭୋଟ ପୂର୍ବରୁ ବଜାରରେ ନୋଟ ବନ୍ୟା : ନିର୍ବାଚନ ପୂର୍ବରୁ ଅର୍ଥ ବ୍ୟବସ୍ଥାରେ ନଗଦ ଟଙ୍କା ପରିମାଣ ବୃଦ୍ଧି

ମୁମ୍ବାଇ : ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ସେଥିରେ କୁହାଯାଇଛି ଯେ ଗତ ୨୦୧୬ ନଭେମ୍ବର ତୁଳନାରେ ଏବେ ଅର୍ଥ ବ୍ୟବସ୍ଥାରେ ନଗଦ ଟଙ୍କା ପରିମାଣ ପ୍ରାୟ ୨୦ ପ୍ରତିଶତ ଅଧିକ ରହିଛି । ନଭେମ୍ବର ୪, ୨୦୧୬ରେ ଅର୍ଥ ବ୍ୟବସ୍ଥାରେ ମୋଟ ୧୭.୯୭ ଲକ୍ଷ କୋଟିର ନଗଦ ଟଙ୍କା ଥିବାବେଳେ ଏବେ ତାହା ୨୧.୪୧ ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ଏହାର ଅର୍ଥ ହେଉଛି ସରକାରଙ୍କ ନାନା ଉଦ୍ୟମ ସତ୍ତ୍ୱେ ନଗଦ ଟଙ୍କା ପ୍ରତି ଭାରତୀୟମାନଙ୍କ ମୋହ ତୁଟିନାହିଁ । ତେବେ ଆଉଏକ ଚିନ୍ତାର ବିଷୟ ଯେ ଠିକ ନିର୍ବାଚନ ପୂର୍ବରୁ ଅର୍ଥ ବ୍ୟବସ୍ଥାରେ ନଗଦ ଟଙ୍କାର ପରିମାଣ ବଢିବା ଏକ ଚିନ୍ତାର କାରଣ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି । କାରଣ ଏହା ସଂକେତ ଦେଉଛି ଯେ ନିର୍ବାଚନରେ ପୁଣି ଟଙ୍କା ବଣ୍ଟନ ବହୁଳଭାବେ ଦେଖିବାକୁ ମିଳିପାରେ । ରାଜନୈତିକ ଦଳମାନେ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ପୁଣି ଥରେ ‘ଭୋଟ ପାଇଁ ନୋଟ’ ଦେଇପାରନ୍ତି ।

image credit : telgumirchi

ମୋଦି ସରକାର ନଭେମ୍ବର ୮, ୨୦୧୬ରେ ସେତେବେଳେ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ପ୍ରଚଳନକୁ ରଦ୍ଦ କରିଦେଇଥିଲେ । ଏହା ଦ୍ୱାରା ଦେଶରେ ଗଚ୍ଛିତ କଳାଧନ ଲୋପ ପାଇବା ସହ ନଗଦ ଅର୍ଥ କାରବାର କମିବ ବୋଲି ସରକାର ଦାବି କରିଥିଲେ । କିନ୍ତୁ ଏବେ ପୁଣି ଥରେ ନଗଦ ଅର୍ଥ ରେକର୍ଡ ସ୍ତରରେ ପହଞ୍ଚିବା ସରକାରଙ୍କ ଉକ୍ତ ଦାବିକୁ ମିଥ୍ୟା ପ୍ରମାଣିତ କରୁଛି । କିନ୍ତୁ ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ ଏହି ନଗଦ ଅର୍ଥର କିଛି ପରିମାଣ ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ ଦେବାରେ ବିନିଯୋଗ କରିପାରନ୍ତି ।

ସମ୍ବନ୍ଧିତ ଖବର