ରାଜନୈତିକ ଦଳ ପାଇଁ ଚିହ୍ନ କାହିଁକି ଜରୁରୀ? ଦଳକୁ ଚିହ୍ନ ମିଳିବା ପଛରେ କି ନିୟମ ରହିଛି?

0

ଭିନ୍ନ ରାଜନୈତିକ ଦଳମାନଙ୍କର ଭିନ୍ନ ଭିନ୍ନ ନିର୍ବାଚନ ଚିହ୍ନ ଥାଏ ବୋଲି ଆପଣ ଜାଣିଛନ୍ତି। ତେବେ, ଏହି ଚିହ୍ନ କାହିଁକି ଜରୁରୀ? ଦଳର ନାମ କ’ଣ ଏକ ଦଳ ପାଇଁ ଯଥେଷ୍ଟ ନୁହେଁ? ଦଳୀୟ ଚିହ୍ନର କ’ଣ ଆବଶ୍ୟକତା ରହିଛି? ତେବେ, ଚାଲନ୍ତୁ ଆଜି ସେ ସଂପର୍କରେ ଆଲୋଚନା କରିବା।

ପ୍ରଥମ କଥା ହେଲା ପ୍ରତ୍ୟେକ ଚିହ୍ନ ପଛରେ ଦଳର ଏକ ବାର୍ତ୍ତା ଲୁଚି ରହିଥାଏ। ଦଳ ନିଜର ଦଳୀୟ ଚିହ୍ନ ଜରିଆରେ ଜନତାଙ୍କୁ ସେ ବାର୍ତ୍ତା ଦେବାକୁ ଚେଷ୍ଟା କରିଥାନ୍ତି। ଏହି ଚିହ୍ନକୁ ରାଜନୈତିକ ଦଳଗୁଡ଼ିକ ନିଜର ପାର୍ଟି ପ୍ରଚାର ଓ ବାଲାଟ କାଗଜରେ ବ୍ୟବହାର କରିଥାନ୍ତି। ଫଳରେ ନିରକ୍ଷର ଲୋକମାନଙ୍କୁ ଦଳ ଚିହ୍ନିବାକୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥାଏ। ନିରକ୍ଷର ମତଦାତାମାନଙ୍କ ପାଇଁ ଚିହ୍ନର ଆବଶ୍ୟକତା ରହିଛି। ଯେଉଁମାନେ ଦଳ ପଢ଼ି କରି ନ ଜାଣିପାରିବେ ସେମାନେ ଚିହ୍ନ ସାହାଯ୍ୟରେ ନିଜ ପସନ୍ଦର ନେତାଙ୍କୁ ବାଛିବାର ସୁଯୋଗ ପାଇପାରୁଛନ୍ତି।

ଦଳୀୟ ଚିହ୍ନ ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କଥା:

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୌଣସି ଦଳ ମନ ଇଚ୍ଛା ନିଜ ଦଳ ପାଇଁ ଚିହ୍ନ ବାଛି ପାରିବେ ନାହିଁ। ପ୍ରଥମେ ନିର୍ବାଚନ କମିସନଙ୍କ ଅନୁମତି ଦରକାର।

ଦଳୀୟ ଚିହ୍ନ ପାଇଁ କିଛି ନିୟମ ବି ରହିଛି, ଯାହାକୁ ମାନିବା ବାଧ୍ୟତାମୂଳକ। କୌଣସି ଗୋଟିଏ ଚିହ୍ନକୁ କେବଳ ଗୋଟିଏ ଦଳ ହିଁ ବ୍ୟବହାର କରିପାରିବ। ଗୋଟିଏ ଚିହ୍ନକୁ ଏକାଧିକ ଦଳ ବ୍ୟବହାର କରିପାରିବେ ନାହିଁ।

ସାଧାରଣତଃ ଦଳମାନଙ୍କୁ ଚିହ୍ନ ନିର୍ବାଚନ କମିସନ୍‌ ଦେଇଥାନ୍ତି। ମାତ୍ର ସମୟେ ସମେୟ ଦଳ ନିଜ ମୁତାବକ ଚିହ୍ନ ରଖିପାରନ୍ତି। ତାହା କୌଣସି ପ୍ରକାର ନିୟମ ଭଙ୍ଗ କରୁନଥିଲେ ନିର୍ବାଚନ କମିସନ ସେ ଚିହ୍ନକୁ ଅନୁମତି ପ୍ରଦାନ କରିଥାନ୍ତି।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସିଂହ ଓ ହାତୀ ବ୍ୟତୀତ ଅନ୍ୟ କୌଣସି ପ୍ରାଣୀଙ୍କୁ ଚିହ୍ନ ଭାବେ ବ୍ୟବହାର କରାଯାଇପାରିବ ନାହିଁ। ଏହା ପଶୁ ହିଂସାକୁ ପ୍ରୋତ୍ସାହନା ଦେଉଛି ବୋଲି ନିର୍ବାଚନ କମିସନ କହିଛନ୍ତି।

ଆମ ଦେଶରେ ଛୋଟମୋଟ ବିଭିନ୍ନ ରାଜନୈତିକ ଦଳ ରହିଛି। ଭିନ୍ନ ଦଳଙ୍କର ଭିନ୍ନ ଚିହ୍ନ ରହିଛି। ଏମିତି କିଛି ଚିହ୍ନ ରହିଛି, ଯାହା ଶୁଣିଲେ ଆପଣ ନ ହସି ରହିପାରିବେ ନାହିଁ। ସେଗୁଡ଼ିକ ହେଉଛି ଆଇସ୍‌କ୍ରିମ୍‌, ସିଲିଣ୍ଡର୍‌, ଚ୍ୟାୟାର, ସାବୁନ କ୍ୟାସ୍‌, ଭେଣ୍ଡି, କେକ୍‌, କ୍ୟାପ୍‌ସିକମ୍‌, ମ୍ୟାଗି ବାଓ୍ଵଲ୍‌, ଚୁଡ଼ି, ଫୋନ୍‌ ଚାର୍ଜର, ଟିଭି, ରୁମ୍‌ ହିଟର୍‌, ବେବି ଓ୍ଵାକର୍‌, ଭ୍ୟାକୁମ୍‌ କ୍ଲିନ୍‌ର, ପେଟ୍ରୋଲ୍‌ ପମ୍ପ୍‌, କ୍ରେନ୍‌, ଟାୟାର୍‌, ଜୋତା, ବ୍ୟାଟେରି ଟର୍ଚ, କଇଁଚି ଇତ୍ୟାଦି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.