ଅଫିସ୍‌ କମ୍ପ୍ୟୁଟରରେ ଏହି କାମ କରୁଛନ୍ତି କି? ତେବେ ସାବଧାନ୍‌ ହୋଇଯାଆନ୍ତୁ!

ସାଧାରଣତଃ ସମସ୍ତଙ୍କ ଜୀବନରେ କାର୍ଯ୍ୟବ୍ୟସ୍ତତା ଏତେ ପରିମାଣରେ ରହିଥାଏ ଯେ, ଲୋକମାନେ ସେମାନଙ୍କର ଛୋଟଛୋଟ କାମ ମଧ୍ୟ କରିପାରିନ୍ତି ନାହିଁ । ଯେପରିକି ବିଜୁଳିର ବିଲ୍‌ ଭରିବା,ଅନ୍‌ଲାଇନ୍‌ କୌଣସି ସାମଗ୍ରୀର ଅର୍ଡ଼ର କରିବା କିମ୍ବା ଟିଭି ଓ ମୋବାଇଲ୍‌ ରିଚାର୍ଜ ଇତ୍ୟାଦି କରିବା ପାଇଁ ଲୋକମାନଙ୍କ ହାତରେ ସମୟ ରହିନଥାଏ। ଯେଉଁ କାରଣକୁ ନେଇ ଅନେକ ଲୋକ ଭାବନ୍ତି କି ସେମାନେ ଏହି ସବୁ କାମକୁ ଅଫିସ୍‌ କମ୍ପ୍ୟୁଟର ମାଧ୍ୟମରେ କରିଦେବେ। କ’ଣ ଆପଣ ବି ଏମିତି କରିବା ବିଷୟରେ ଭାବୁଛନ୍ତି କି? ଯଦି ହଁ ତେବେ ଏଥିରୁ ନିବୃତ୍ତ ରୁହନ୍ତୁ। ଯଦି ଆପଣ ଏପରି କରୁଛନ୍ତି ତେବେ ପରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। କାରଣ େଓ୍ଵବ୍‌ସାଇଟ୍‌ ବେବିଜ୍‌ ଅନ୍‌ ଦ ବ୍ରେନ୍‌ର ସି.ଇ.ଓ ଜେନା ବୋହର୍‌ ଅଫିସ୍‌ କମ୍ପ୍ୟୁଟରରେ ଏମିତି କିଛି ବ୍ୟକ୍ତିଗତ କାର୍ଯ୍ୟ କରିବା ଉପରେ ବାରଣ କରିଛନ୍ତି।
ଏବେ ଚାଲନ୍ତୁ ଜାଣିବା ଅଫିସ୍‌ କମ୍ପ୍ୟୁଟରରେ ବ୍ୟକ୍ତିଗତ କାର୍ଯ୍ୟ କରିବା ଯୋଗୁୁଁ ଆପଣଙ୍କୁ କି କି ସମସ୍ୟା ଭୋଗିବାକୁ ପଡ଼ିଥାଏ?……
୧- ଅଫିସ୍‌ର କମ୍ପ୍ୟୁଟର ବା ଲ୍ୟାପ୍‌ଟପ୍‌ରେ ଆପଣଙ୍କ ବ୍ୟକ୍ତିଗତ ଫାଇଲ୍‌କୁ ସେଭ୍‌ କରନ୍ତୁ ନାହିଁ। ହୋଇପାରେ କି ଭବିଷ୍ୟତରେ ଏହି କାମକୁ ନେଇ ଅନ୍ୟକୁ ଆଇଡ଼ିଆ ହେବାର ସମ୍ଭାବନା ରହିଛି । ଆଉ ଯଦି ଆପଣଙ୍କର ସେହି ସବୁ ଡ଼ାଟା ଅଫିସ୍‌ରେ ଲିକ୍‌ ହୋଇଯାଏ ତେବେ ଆପଣଙ୍କ ଲାଗି ସମସ୍ୟା ସୃଷ୍ଟି ହେବ। ତେଣୁ ଏନେଇ ଆପଣ ସତର୍କତା ଅବଲମ୍ବନ କରନ୍ତୁ।
୨-ଯେତେ ପାରୁଛନ୍ତି ସେତେ ଅଫିସ୍‌ କମ୍ପ୍ୟୁଟର ମାଧ୍ୟମରେ ଅନ୍‌ଲାଇନ୍‌ ସର୍ଚ୍ଚିଙ୍ଗ୍‌ ବା ଅନ୍‌ଲାଇନ୍‌ ସପିଂ ଠାରୁ ବଂଞ୍ଚକରି ରୁହନ୍ତୁ। କାରଣ ଅଫିସର୍‌ କିଛି କର୍ମଚାରୀ ଏମିତି ବି ରହିଥାଆନ୍ତି,ଯାହାଙ୍କୁ କି କେବଳ ଅଫିସ୍‌ କର୍ମଚାରୀଙ୍କ ଉପରେ ନଜର ରହିଥାଏ। ଆପଣ କ’ଣ ସର୍ଚ୍ଚ କରୁଛନ୍ତି,କେଉଁ କେଉଁ େଓ୍ଵବ୍‌ସାଇଟ୍‌କୁ ଭିଜିଟ୍‌ କରୁଛନ୍ତି,ଏସବୁ କଥା ଉପରେ ସେମାନେ କଂପାନିକୁ ସୂଚନା ଦେଇଥା’ନ୍ତି। ତେଣୁ ଆପଣ ଅଫିସ୍‌ କଂମ୍ପ୍ୟୁଟରରେ ଅଯଥା ସର୍ଚ୍ଚ ବା ବ୍ୟକ୍ତିଗତ କାର୍ଯ୍ୟ କରିବାଠାରୁ ଦୂରେଇ ରୁହନ୍ତୁ।

News18 Hindi

୩-ଏତଦ୍‌ବ୍ୟତୀତ ବି ଆପଣ ଗୁଗୁଲ୍‌ ହ୍ୟାଂଙ୍ଗ୍‌ଆଉଟ୍‌ ବା ହ୍ଵାଟ୍‌ସଆପ୍‌ ଚାଟ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କାରଣ ଯଦି ଏହି ସବୁ ଏସ୍‌ଏମ୍‌ଏସ୍‌ ଅଫିସ୍‌ ଚାଟ୍‌ ଗ୍ରୁପ୍‌କୁ ଚାଲିଯାଏ ତେବେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
୪-ସର୍ବଶେଷରେ ଆପଣ ଆପଣଙ୍କ ଅଫିସ୍‌ ପିସିରେ ଅନ୍ୟ କୌଣସି ଚାକିରି ଲାଗି ବି ସର୍ଚ୍ଚ କରନ୍ତୁ ନାହିଁ।କାରଣ ଏ ବିଷୟରେ ଯଦି ଆପଣଙ୍କ ଏଚ୍‌ଆର୍‌ ବା ମ୍ୟାନେଜ୍‌ମେଣ୍ଟ୍‌ କୁ ଜଣାପଡ଼ିଯାଏ ,ତେବେ ଆପଣଙ୍କ ଚିନ୍ତା ବଢ଼ିପାରେ!। ଏହାସହିତ ଅନ୍ୟ କଂପାନିରେ ଆପଣଙ୍କ ଚାକିରିକୁ ନେଇ ଯେପରି,କେହି ନ ଜାଣନ୍ତୁ ସେଥିପ୍ରତି ମଧ୍ୟ ଆପଣଙ୍କୁ ବିଶେଷ ରୂପରେ ଧ୍ୟାନ ରଖିବାକୁ ହେବ।ଯେଉଁପର୍ଯ୍ୟନ୍ତ ଆପଣଙ୍କୁ ଅନ୍ୟ କିଛି କଂପାନିରୁ ଅଫର୍‌ ଲେଟର୍‌ ନ ମିଳିଛି,ଏହା ସହିତ ଜଡ଼ିତ ଇ-ମେଲ୍‌ ନ ଆସିଛି,ସେପର୍ଯନ୍ତ ଆପଣ ଏନେଇ ଆପଣଙ୍କ ସାଥୀ କର୍ମଚାରୀଙ୍କୁ ମଧ୍ୟ ସେଆର୍‌ କରନ୍ତୁ ନାହିଁ।

PCMag.com

୪-ସର୍ବଶେଷରେ ଆପଣ ଆପଣଙ୍କ ଅଫିସ୍‌ ପିସିରେ ଅନ୍ୟ କୌଣସି ଚାକିରି ଲାଗି ବି ସର୍ଚ୍ଚ କରନ୍ତୁ ନାହିଁ।କାରଣ ଏ ବିଷୟରେ ଯଦି ଆପଣଙ୍କ ଏଚ୍‌ଆର୍‌ ବା ମ୍ୟାନେଜ୍‌ମେଣ୍ଟ୍‌ କୁ ଜଣାପଡ଼ିଯାଏ ,ତେବେ ଆପଣଙ୍କ ଚିନ୍ତା ବଢ଼ିପାରେ!। ଏହାସହିତ ଅନ୍ୟ କଂପାନିରେ ଆପଣଙ୍କ ଚାକିରିକୁ ନେଇ ଯେପରି,କେହି ନ ଜାଣନ୍ତୁ ସେଥିପ୍ରତି ମଧ୍ୟ ଆପଣଙ୍କୁ ବିଶେଷ ରୂପରେ ଧ୍ୟାନ ରଖିବାକୁ ହେବ।ଯେଉଁପର୍ଯ୍ୟନ୍ତ ଆପଣଙ୍କୁ ଅନ୍ୟ କିଛି କଂପାନିରୁ ଅଫର୍‌ ଲେଟର୍‌ ନ ମିଳିଛି,ଏହା ସହିତ ଜଡ଼ିତ ଇ-ମେଲ୍‌ ନ ଆସିଛି,ସେ ପର୍ଯ୍ୟନ୍ତ ଆପଣ ଏ ଖବର ଆପଣଙ୍କ ସାଥୀ କର୍ମଚାରୀଙ୍କୁ ମଧ୍ୟ ସେଆର୍‌ କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର