ଆପଣ  ପ୍ୟାନ କାର୍ଡ ସହ ଆଧାର ଲିଙ୍କ୍ କରିସାରିଲେଣି କି ?  ଆଜି ଶେଷ ତାରିଖ

ନୂଆଦିଲ୍ଲୀ : ଆଜି ହେଉଛି ପ୍ୟାନ କାର୍ଡ ସହ ଆଧାର ଲିଙ୍କ ହେବାର ଶେଷ ତାରିଖ । ଗତ ମାର୍ଚ୍ଚ ୨୭ରେ ଅର୍ଥମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏହା କରିବାର ଶେଷ ତାରିଖକୁ ଜୁନ ୩୦କୁ  ବଢାଇଦେଇଥିଲେ । ଏହି ଶେଷ ତାରିଖ ଆହୁରି ବଢିବ ସମ୍ପର୍କରେ କୌଣସି ଘୋଷଣା ହୋଇନଥିବାରୁ  ସମୟସୀମା ଆଉ ବଢିନଥିବା ନିଶ୍ଚିତ ହୋଇଯାଇଛି । ଏଥରକୁ ମିଶାଇ  ପ୍ୟାନ କାର୍ଡ ସହ ଆଧାର ଲିଙ୍କ୍‌ କରିବାର ସମୟସୀମା ୪ ଥର ବଢିସାରିଛି ।   ଏହା କରିବାର ପ୍ରଥମ ଶେଷତାରିଖ ଥିଲା ଜୁଲାଇ ୩୧, ୨୦୧୭, ପରେ ଏହାକୁ ଅଗଷ୍ଟ ୩୧କୁ ବଢାଯାଇଥିଲା । ପରେ ଶେଷତାରିଖକୁ ଡିସେମ୍ବର ୩୧, ୨୦୧୭ ପରେ ମାର୍ଚ୍ଚ ୩୧, ୨୦୧୮କୁ ବଢାଯାଇଥିଲା ।  ଏଣୁ  ପ୍ୟାନ କାର୍ଡ ସହ ଆଧାର ଲିଙ୍କ କରିବାର ଆଜି  ହେଉଛି ଶେଷ ତାରିଖ । ଆପଣ ରାତି ୧୨ଟା ସୁଦ୍ଧା ଏହା କରିପାରିବେ ।  ଲୋକମାନେ ଆୟକର ବିଭାଗ େଓ୍ଵବସାଇଟ www. incometaxindiaefiling.gov.in.  ଯାଇ ତାହାର ହୋମପେଜର ବାମ ପଟେ ଥିବା ଲିଙ୍କ୍‌ ଆଧାର ( link Aadhaar) କୁ କ୍ଲିକ କରି ଲିଙ୍କ୍‌ କରିପାରିବେ ।  ଆହୁରି ମଧ୍ୟ ଆପଣ  UIDPAN ଲେଖି ୫୬୧୬୧ ବା ୫୬୭୬୭୮ରେ ଏସଏମଏସ କରି ଲିଙ୍କ  କରିପାରିବେ ।

ସମ୍ବନ୍ଧିତ ଖବର