ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଆନନ୍ଦମୟ ରହିବ। ଯାହା ବି କାମ କରିବେ, ଲାଭ ପାଇବେ। ନେତା ଓ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ପରିବାରର ସବୁ ସଦସ୍ୟ ଆପଣଙ୍କ ପ୍ରତି ଖୁସି ରହିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

 


ବୃଷ: ବହୁତ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। ଆପଣଙ୍କର ତର୍କ ଶକ୍ତି ଆଜି କାମରେ ଆସିବ। କାରବାରରେ କିଛି ଏଭଳି କଥା ଆସିବ ଯାହା ଦ୍ବାରା ଭବିଷ୍ୟତରେ ଲାଭ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ହନୁମାନ।

 


ମିଥୁନ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଆପଣଙ୍କ ନିଜର ପ୍ରେମିକା ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 


କର୍କଟ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କ୍ୟାରିୟର ଗଢ଼ିବା ଲାଗି ଭଲ ଅବସର ପାଇବେ। ରାଜନୀତିରେ ଆପଣଙ୍କର ଆଧିପତ୍ୟ ବଢ଼ିବ। ପାରିବାରିକ ବିବାଦର ସମାଧାନ ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 

ସି˚ହ: ପୂଜାପାଠରେ ଅଧିକ ସମୟ ବିତିବ। ଧର୍ମଗ୍ରନ୍ଥ ଆଦି କିଣି ପାରନ୍ତି। ଆପଣଙ୍କ ନମ୍ର ସ୍ବଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

 

କନ୍ୟା: ନକରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ଆଜି କିଛି କାମରେ ଭଲ ପ୍ରଗତି କରିବେ। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ପ୍ରେମ ସ˚ପର୍କରେ ମଧୁରତା ଆସିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

 

ତୁଳା: କ୍ୟାରିୟରର ସୁଧାର ପାଇଁ ଭଲ ଦିନଟିଏ। ଆପଣଙ୍କ କାମରେ ଆପଣଙ୍କୁ ପ୍ରସିଦ୍ଧି ଓ ପ୍ରଶ˚ସା ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ମନୋରମ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଛାତ୍ରଙ୍କର ଅଧୢୟନରେ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

 

 

ବିଛା: ଭାଗ୍ୟର ଦ୍ବାର ଖୋଲିପାରେ। ଝଗଡ଼ାକୁ ସମାଧାନ କରିବାରେ ସଫଳତା ପାଇବେ। ବ୍ୟବସାୟରୁ ବଡ଼ ସଉଦା ହୋଇପାରେ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ବରୀ।

 


ଧନୁ: ଦିନଟି ସକାରାତ୍ମକଭରା ରହିବ। ଆପଣ ନିଜର ସଫଳତା ପାଇବା ଦିଗରେ ଅଗ୍ରସର ହେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଅମ୍ବିକା।

 


ମକର: ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ଶତ୍ରୁ ବନ୍ଧୁତାର ହାତ ବଢ଼ାଇବେ। ଚାକିରିରେ ବିଶେଷ ସଫଳତା ହାସଲ ହେବ। ବେପାରୀଙ୍କୁ ଆୟର ନୂଆ ସ୍ରୋତ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ନାରାୟଣୀ।

 

କୁମ୍ଭ: ସମୟ ଆପଣଙ୍କ ପାଇଁ ଖୁବ୍‌ ଭଲ। ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ତ୍ବପୂର୍ଣ୍ଣ ବୈଠକ ବସିବ। ବିବାହିତ ଜୀବନସାଥୀଙ୍କ କଥା ମାନି ନେଲେ ସମ୍ବନ୍ଧରେ ମଧୁରତା ଆସିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 

ମୀନ: ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ଆଗକୁ ବଢ଼ି ଚାଲନ୍ତୁ, ଭାଗ୍ୟ ଆପଣଙ୍କୁ ପୂରା ସାଥ ଦେବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ଦୀର୍ଘ ଦିନର ସ˚ପର୍କ ପ୍ରେମରେ ବଦଳି ପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ସମ୍ବନ୍ଧିତ ଖବର