ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ ସମୟରେ ଉଚିତ ନିର୍ଣ୍ଣୟ ନେବେ। ରାଜନୀତିରେ ମନୋକାମନା ପୂରଣ ହେବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

ବୃଷ: ପୂଜାପାଠରେ ଅଧିକ ସମୟ ବିତିବ। ଆପଣଙ୍କ ମନରେ ଦୟାର ଭାବନା ବଜାୟ ରହିବ। ମିତ୍ରଙ୍କ ସହିତ କିଛି ସମୟ ଅତିବାହିତ କରିବେ। ଲେଖକଙ୍କ ବିଚାରର ସମ୍ମାନ ହେବ। ଅଫିସରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ଦୁର୍ଗା।

ମିଥୁନ: ଆଜି ଆପଣ ନିଜ ଉପରେ ଟିକେ ନିୟନ୍ତ୍ରଣ ରଖିବା ଦରକାର। ଅଧିକାରୀ ଆପଣଙ୍କ ଉପରେ କାମର ଚାପ ପକାଇବେ। ବ୍ୟବସାୟରେ ଆଶାଠୁଁ ଲାଭ କମ୍‌ ହେବ। ମାଆଙ୍କ ଉପଚାରରେ ଖର୍ଚ୍ଚ ଅଧିକ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

କର୍କଟ: ନୂଆ କାମ ଧନ୍ଦା ସମ୍ବନ୍ଧରେ ଚିନ୍ତା କରିବେ। ମିତ୍ରଙ୍କ ସାହାଯ୍ୟ ପାଇବେ। ଚାକିରିରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ। ଦାଂପତ୍ୟ ଜୀବନ‌‌େର ପାରସ୍ପରିକ ବିଶ୍ବାସରେ ମଜଭୁତ ଆସିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ବ୍ୟବସାୟରେ ବଡ଼ ବଡ଼ ଲୋକଙ୍କ ସହିତ ସାକ୍ଷାତ୍‌ ଲାଭକାରୀ ହେବ। ମନ ଆନନ୍ଦିତ ରହିବ। ଅଫିସରେ ଆପଣଙ୍କ କାମକୁ ସୁଚାରୁରୂପେ ତୁଲାଇବେ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

କନ୍ୟା: ଦିମାକରେ ଲାଗି ରହଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। କୌଣସି ନୂଆ କାମରେ ଆପଣଙ୍କୁ ସଫଳତା ଜରୁର ମିଳିବ। ବେପାରିବର୍ଗଙ୍କୁ ଅଚାନକ ଧନଲାଭ ହେବ। ଛାତ୍ରଛାତ୍ରୀଙ୍କୁ କ୍ୟାରିଅର ଗଢ଼ିବା ଲାଗି ସୁନ୍ଦର ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଦିନଟି ଆପଣଙ୍କ ଲାଗି ସହଜ ହେବ। ପରିବାର ଲୋକଙ୍କ ଠାରୁ ପୂରା ସହଯୋଗ ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ବିଚାର କରିପାରନ୍ତି। ଚାକିରି ଖୋଜୁଥିବା ମହିଳାଙ୍କୁ ବଢ଼ିଆ ଚାକରିର ମିଳିବ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ମାଆ ପାଟଣେଶ୍ବରୀ।

 

 

 

ବିଛା: ଆପଣଙ୍କ ଉପରେ ପ୍ରଭୁଙ୍କ କୃପା ଦୃଷ୍ଟି ରହିଛି। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଅଫିସରେ ଦିନଟି ଭଲରେ କଟିବ। ବୈବାହିକ ଜୀବନ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ତଳମଣି।

ଧନୁ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ବେପାରରେ ଅଚାନକ ଫାଇଦା ହେବ। ସିନିଅରଙ୍କ ଠାରୁ କିଛି ଶିକ୍ଷା ଲାଭ କରିବେ। କାହାରିକୁ ଆପଣ ରକ୍ଷା କରିବାକୁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ସୂର୍ଯ୍ୟଦେବ।

ମକର: ଖୋଦ୍‌କୁ ଊର୍ଜବାନ ଅନୁଭବ କରିବେ। କୌଣସି ନିକଟ ସ˚ପର୍କିୟଙ୍କ ଠାରୁ ଖୁସି ଖବର ମିଳିପାରେ। ସମାଜରେ ସମସ୍ତଙ୍କ ସହିତ ତାଳମେଳ ବଜାୟ ରଖିବାର ଧୢାନ ଦେବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଆପଣଙ୍କର ନୂଆ ଲୋକଙ୍କ ସହିତ ମନର ମେଳ ହେବ, ଯାହାକି ଭବିଷ୍ୟତରେ ଲାଭ ମିଳିବ। ଅଫିସ କାମରେ ସହର ବାହାରକୁ ଯିବେ। ଛାତ୍ରଙ୍କୁ ପଢ଼ିବା ଲେଖିବାରେ ପରିଶ୍ରମ କରିବା ଜରୁରୀ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଦିନଟି ସବୁ ଦୃଷ୍ଟିରୁ ଭଲ। କ୍ୟାରିଅର ସମ୍ବନ୍ଧୀୟ ନୂଆ ଅବସର ମିଳିବ। ବନ୍ଧୁ ଓ ପାଖଲୋକଙ୍କ ସହିତ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ରହିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ସମ୍ବନ୍ଧିତ ଖବର