ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଖୋଦ୍‌କୁ ଊର୍ଜବାନ ଅନୁଭବ କରିବେ। ଯାହା ବି କାମ ଆରମ୍ଭ କରିବେ, ଅଳ୍ପ ସମୟରେ ପୂରା କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରେମିକ ପ୍ରେମିକା ବାହାରକୁ ବୁଲିଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ତୀ।

ବୃଷ: ଇଚ୍ଛାଶକ୍ତି କିଛି ମାତ୍ରାରେ ଆପଣଙ୍କୁ ବିରକ୍ତି କରିପାରେ। କୌଣସି କାମ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବ୍ୟବସାୟ ସମ୍ବନ୍ଧରେ ରାଜ୍ୟ ବାହାରକୁ ଯାତ୍ରା କରିବେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।

ମିଥୁନ: ଦିନଟି ଆପଣଙ୍କ ଲାଗି ନୂଆ ସ୍ବାଗତ ନେଇ ଆସିଛି। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅସୁବିଧା ଦୂର ହୋଇଯିବ। ଲକ୍ଷ୍ମୀଙ୍କର ଆଗମନ ହେବ। ବ୍ୟବସାୟରେ ବିସ୍ତାର ଲାଗି ଯୋଜନା କରିବେ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ବର।

କର୍କଟ: ଆପଣ କିଛି ନୂଆ କରି ଦେଖାଇବା ପାଇଁ ଯୋଜନା କରିପାରନ୍ତି। ଶତ୍ରୁଙ୍କୁ ପରାସ୍ତ କରିବେ। ବେପାରିବର୍ଗଙ୍କୁ ଧନଲାଭ ହେବ। କୌଣସି ମନୋର˚ଜନ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

ସି˚ହ: ଇଷ୍ଟଦେବଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଜୀବନରେ କିଛି ନୂଆ କରିବା ଲାଗି ମନରେ ଭାବନା ଉଦ୍ରେକ ହେବ। ଆପଣଙ୍କ ବିଚାର ସହିତ ସମସ୍ତେ ସହମତ ହେବେ। ପୂର୍ବରୁ ବାକି ପଡ଼ିଥିବା ପଇସା ମିଳିପାରେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ମଙ୍ଗଳା।

କନ୍ୟା: ପୁରୁଣା ସମସ୍ୟା ସାମନାକୁ ଆସିପାରେ। ଛୋଟ ଛୋଟ କଥାରେ ଖୁସିର ତଲାସ କରିବେ। ଜମି ସମ୍ବନ୍ଧୀୟ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଛାତ୍ରମାନେ କୌଣସି କାମରେ ପିତାଙ୍କ ସାହାଯ୍ୟ ନେବେ। ସ୍ବାସ୍ଥ୍ୟରକ୍ଷା ଲାଗି ପ୍ରତିଦିନ ଯୋଗାସନ କରନ୍ତୁ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଶାରଳା।

ତୁଳା: ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ମିଳିବ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ହେବ। କାନୁନ ମାମଲାରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଦାଂପତ୍ୟ ଜୀବନରେ ପାରସ୍ପରିକ ବିଶ୍ବାସ‌େର ମଜଭୁତ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 

ବିଛା: ଆଗକୁ ବଢ଼ିବାର ଦିନଟିଏ। ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ସ˚ପତ୍ତି ବିବାଦ ସମାପ୍ତ ହେବ। କାରବାରରେ ନୂଆ ଆୟର ସ୍ରୋତ ମିଳିପାରେ। ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବୁଢ଼ୀଠାକୁରାଣୀ।

ଧନୁ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କୌଣସି ନୂଆ କାମରେ ଆପଣଙ୍କୁ ସଫଳତା ଜରୁର ମିଳିବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ମିଳିବ। ବେପାରିଙ୍କୁ ବଡ଼ ଲାଭ ହୋଇପାରେ। ଦାଂପତ୍ୟ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମକର: ଆପଣ ବ୍ୟବସାୟରେ ନୂଆ ଆହ୍ବାନର ସାମନା କରିପାରନ୍ତି। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରା କରିବେ। କୋର୍ଟ କଚେରି ମାମଲାରେ ଖର୍ଚ୍ଚାନ୍ତ ହେବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ପୂରା ସହଯୋଗ ମିଳିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ସ୍ଥଗିତ ଥିବା କାମର ସମାଧାନ ମିଳିବା ହେତୁ ମାନସିକ ଶାନ୍ତି ପାଇବେ। ଆପଣଙ୍କ ବ୍ୟବହାର ମଧୁର ରହିବ। ବ୍ୟବସାୟରେ ନୂଆ ସଉଦା ହେବ। ପାଖଆଖକୁ ଯାତ୍ରା କରି ପାରନ୍ତି। ଆପଣଙ୍କର ସାକ୍ଷାତ୍‌ ପୁରୁଣା ବନ୍ଧୁଙ୍କ ସହିତ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ମୀନ: ଉନ୍ନତି ପାଇଁ କୌଣସି ନୂଆ ସୁଯୋଗ ମିଳିବ। ଆପଣଙ୍କ ମନ କାମଧନ୍ଦାରେ ଲାଗି ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ। କୌଣସି ଭଲ ଖବର ପାଇବେ। ପ୍ରିୟ ବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ତାରିଣୀ।

ସମ୍ବନ୍ଧିତ ଖବର