ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ସାହ ଭରା ରହିବ। ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। କୌଣସି ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ପ୍ରଭାବକାରୀ ରହିବ। ବ୍ୟବସାୟୀଙ୍କୁ ଅଧିକ ଧନଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ବୃଷ: ସୁନ୍ଦର କଳ୍ପନାରେ ବିଭୋର ରହିବେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ଦୀର୍ଘ ଦନର ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ବିବାହିତ ଲୋକ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବଗଳାମୁଖୀ।

ମିଥୁନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଜୀବନକୁ ବଢ଼ିଆ କରିବା ଲାଗି ଆପଣ କିଛି ନୂଆ କରିବେ। ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରିବେ ନାହିଁ। ରାଜନୀତିରେ ସଫଳତା ମିଳିବ। ଦାଂପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

କର୍କଟ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଆପଣଙ୍କର କୌତୁକିଆ ସ୍ବଭାବ ଲୋକ ପ୍ରିୟତାରେ ବୃଦ୍ଧି କରାଇବ। ରହସ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହେବେ। କୌଣସି କାମରେ ପରିଶ୍ରମର ଫଳ ମିଳିବ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

ସି˚ହ: କର୍ମକ୍ଷେତ୍ରରେ ଭଲ ନୀତି ତିଆରି କରି କାମ କରିବେ। ଚାଷୀଙ୍କୁ କିଛି ଲାଭ ହୋଇପାରେ। ସନ୍ଧ୍ୟା ସୁଦ୍ଧା କୌଣସି ଖୁସି ଖବର ପାଇବେ। ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

କନ୍ୟା: ଆଜି ଖୋଦକୁ ଊର୍ଜାବାନ ଅନୁଭବ କରିବେ। ଆପଣଙ୍କର ପୁରୁଣା ଇଚ୍ଛା ପୂରା ହେବ। ଆର୍ଥିକ ପକ୍ଷ ମଜଭୁତ ବଜାୟ ରହିବ। ରାଜନୀତି କାର୍ଯ୍ୟରେ ସଫଳତା ପାଇବେ। ଡାକ୍ତରଙ୍କ ଖ୍ୟାତି ସୁଦୂରପ୍ରସାରୀ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ତୁଳା: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଧର୍ମଗ୍ରନ୍ଥ କିଣିବେ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ରହିବାର ଅବସର ମିଳିବ। ବେପାରିଙ୍କୁ ଅଚାନକ ଧନଲାଭ ହେବ। ଆପଣଙ୍କ ସନ୍ତାନ ଆପଣଙ୍କୁ କୌଣସି ଉପହାର ହେଇପାରନ୍ତି। ଶୁଭରଙ୍ଗ: ନୀଳ। ଆରାଧନା: ସୂର୍ଯ୍ୟଦେବ।

 

 

 

 

 

ବିଛା: ପୁରୁଣା କଥାକୁ ନେଇ ମନ ବିଚଳିତ ହୋଇପାରେ। ଅଫିସରେ କୌଣସି କାମର ଟିକେ ଗତିରୋଧ ହୋଇପାରେ। ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ, ବିଳମ୍ବ ହେଲେ ମଧୢ ସବୁ ଠିକ୍‌ ହୋଇଯିବ। ବିବାହିତଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

ଧନୁ: କୌଣସି ନୂଆ ଅବସର ମିଳିବା ହେତୁ ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ରାଜନୀତିରେ ମନୋକାମନା ପୂରା ହେବ। ଚାକିରି ତଲାସରେ ଥିବା ଯୁବକଙ୍କୁ ଭଲ ଚାକିରି ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ବରୀ।

ମକର: ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। ନିଜ ସମସ୍ୟାର ସମାଧାନ ଲାଗି ଲୋକଙ୍କ ସାହାଯ୍ୟ ପାଇବେ। ଜମି ଦଲାଲଙ୍କ ସହିତ ଆଜି ନୂଆ ସଉଦା ଚୂଡ଼ାନ୍ତ ହେବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଚାକିରି ଅନ୍ବେଷଣରେ ଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ଆପଣଙ୍କ କ୍ୟାରିଅର ଲାଗି ଭଲ ଦିନଟିଏ। କୌଣସି ଶୁଭ ଖବର ପାଇବେ। ମହତ୍ତ୍ବପୂର୍ଣ୍ଣ ବ୍ୟାପାରରେ ମିତ୍ରଙ୍କ ସହିତ କଥାବର୍ତ୍ତା ହେବେ। ଘରେ ଛୋଟିଆ ସମାରୋହ ଆୟୋଜନ କରିପାରନ୍ତି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ବୃଦ୍ଧି ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିମଳା।

ମୀନ: ଆଜି ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। କୌଣସି କାମରେ ସାମିଲ ହୋଇପାରନ୍ତି। ଜମି ଦଲାଲଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ହସଖୁସିର ସମୟ କଟିବ। ଆଇନ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ତାରିଣୀ।

ସମ୍ବନ୍ଧିତ ଖବର