ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣ ନିଜର ସଫଳତା ନେଇ ଆଶ୍ବସ୍ତ ରହିବେ। ଜୀବନସାଥୀଙ୍କ ସହଯୋଗରେ ସ୍ଥଗିତ ଥିବା କାମ ଠିକ୍‌ ହୋଇଯିବ। ଆର୍ଥିକ ମାମଲାରେ ଲାଭ ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ବୁଲିବାରେ ଅଧିକ ସମୟ ବିତେଇବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆପଣ ଟିକେ ଭାବପ୍ରବଣ ହୋଇପାରନ୍ତି। ନୂଆ କାମ ଆରମ୍ଭ କରିବାରେ ନିବୃତ୍ତ ରହନ୍ତୁ। ଅଧିକାରୀମାନଙ୍କ ବ୍ୟବହାରରେ ପୀଡ଼ା ହେବ। ସାମାଜିକ ସମାରୋହରେ ସହଭାଗିତା କରିବାର ସୁଯୋଗ ମିଳିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ମିଥୁନ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। କାମକୁ ପୂରା କରିବା ଲାଗି ନୂଆ ଉପାୟ ବାହାର କରିବେ। ପରିବାରରେ ପ୍ରସନ୍ନତା ବଜାୟ ରହିବ। କାରବାରୀଙ୍କୁ ଅଚାନକ ଧନଲାଭ ହେବ। ଜୀବନସାଥୀଙ୍କ ଠାରୁ ଢେ଼ର‌୍‌ସାରା ପ୍ରେମ ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଲକ୍ଷ୍ମୀ।

କର୍କଟ: ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ଆପଣଙ୍କୁ କୌଣସି ବଡ଼ ଖୁସି ଖବର ମିଳିବ। କ୍ୟାରିଅର ମାମଲାରେ ସବୁ କିଛି ଭଲ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଛାତ୍ରମାନଙ୍କର ଅଧୢୟନରେ ମନ ଲାଗିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଅମ୍ବିକା।

ସି˚ହ: ଆପଣଙ୍କ ମନ ଧର୍ମକାର୍ଯ୍ୟରେ ଅଧିକ ଲାଗି ରହିବ। ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ। କୌଣସି କାମ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଦାଂପତ୍ୟ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ବିରଜା।

କନ୍ୟା: ଭବିଷ୍ୟତକୁ ବଢ଼ିଆ କରିବା ଲାଗି ନୂଆ ପଦକ୍ଷେପ ନେବେ। ଅନ୍ୟମାନଙ୍କ ସହିତ ଆପଣଙ୍କର ତାଳମେଳ ବଢ଼ିଆ ବଜାୟ ରହିବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ନୂତନତ୍ବ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ତୁଳା: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଶତ୍ରୁମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନାରେ ଆପଣଙ୍କୁ ଫାଇଦା ହେବ। ନେତାଙ୍କ ଲାଗି ଦିନଟି ଶୁଭ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଆପଣଙ୍କୁ କୌଣସି ନୂଆ ପରିଯୋଜନା ମିଳିପାରେ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ। ମହିଳାଙ୍କୁ ଆଜି ଖୁସି ଖବର ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀଗଣେଶ।

ଧନୁ: କାମ ପୂରା ହେବାରୁ ଆପଣ ଆରାମ ଅନୁଭବ କରିବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। କୌଣସି ନୂଆ ବ୍ୟକ୍ତିଙ୍କ ସହିତ ବନ୍ଧୁତା ହୋଇପାରେ। ଚାକିରିଆଙ୍କର ଉନ୍ନତି ଯୋଗ ରହିଛି। ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ମଉଜମସ୍ତିରେ ସମୟ କଟିବ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

ମକର: କୌଣସି ବି କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ପୁରୁଣା ଗ୍ରାହକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଆର୍ଥିକ ସ୍ଥିତିରେ ଉଠାଣ ଗଡ଼ାଣ ଲାଗି ରହିବ। ପ୍ରିୟ ବନ୍ଧୁଙ୍କୁ କିଛି ଉପହାର ଦିଅନ୍ତୁ, ସମ୍ବନ୍ଧରେ ମଜଭୁତ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

କୁମ୍ଭ: ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ଯେଉଁ କାମ ହାତକୁ ନେବେ ନିଶ୍ଚିତ ଲାଭ ପାଇବେ। ଆପଣ ଅଫିସର କାମ ସମ୍ବନ୍ଧୀୟ ଯାତ୍ରାରେ ଯାଇପାରନ୍ତି। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ସନ୍ତୋଷୀମାତା।

ମୀନ: ସମାଜରେ ଆପଣଙ୍କ ସ୍ଥିତି ଭଲ ରହିବ। ଲୋକେ ଆପଣଙ୍କର ଗୁଣଗାନ କରିବେ। ନୂଆ ସ୍ରୋତରୁ ଆପଣଙ୍କୁ ଧନପ୍ରାପ୍ତି ହେବ। ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଅଧିକ ଲାଗି ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀଗଣେଶ।

ସମ୍ବନ୍ଧିତ ଖବର