ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ଆପଣଙ୍କ କାମରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଶତ୍ରୁ କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେନାହିଁ। ଧାର୍ମିକ କାମରେ ଧନ ଖର୍ଚ୍ଚ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସୁରେଶ୍ବରୀ।

ବୃଷ: ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ; ଲାଭ ହେବ। ଆପଣଙ୍କର ଆବଶ୍ୟକତାକୁ ପୂରା କରିବା ପାଇଁ ବନ୍ଧୁବର୍ଗ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ସାମାଜିକ ପରିଧି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ତୀ।


ମିଥୁନ: ନୂଆ କାମ ଆରମ୍ଭ ଓ କୌଣସି ସମସ୍ୟାର ସମାଧାନ କରିବା ଲାଗି ଭାଗ୍ୟର ସହଯୋଗ ମିଳିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ। ପ୍ରେମ ସ˚ପର୍କ ନିବିଡ଼ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।


କର୍କଟ: ନୂଆ ଚାକିରି ମିଳିବାର ଯୋଗ ରହିଛି। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ସାମାଜିକ କ୍ଷେତ୍ରରେ ଯଶ ମିଳିବ। ଅଫିସରେ ନୂଆ ଦାୟିତ୍ବକୁ ଭଲ ଭାବେ ନିର୍ବାହ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: ଭାଗ୍ୟ ଆପଣଙ୍କୁ ସାଥ ଦେବ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। ଧନଲାଭର ସ˚କେତ ନଜରକୁ ଆସିବ। ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ଛାତ୍ରୀମାନେ ଲେଖାପଢ଼ାରେ ଅଧିକ ସମୟ ଦେବେ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ମହାଲକ୍ଷ୍ମୀ।


କନ୍ୟା: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିବ। ଆଇନ କାନୁନ ମାମଲା ସହଜରେ ସମାଧାନ ହୋଇଯିବ। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ଜାଗ୍ରତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

ତୁଳା: ସାହସ ବଜାୟ ରଖନ୍ତୁ, ଆପଣଙ୍କୁ ଲାଭ ହେବ। ପୁରୁଣାବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ମହିଳାମାନେ ଖୁସିର ସହିତ ଜିନିଷପତ୍ର କିଣିବେ। ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଆଜି ଊର୍ଜା ଓ ପ୍ରେରଣାରେ ଭରି ରହିବେ। ଆପଣ ଯାହା ବି କାମ କରିବେ ଲାଭ ପାଇବେ। ରାଜନୈତିକ ମହତ୍ତ୍ବାକାଂକ୍ଷା ପୂରା ହେବ। ମହିଳାମାନେ ପରିଧାନଶୈଳୀ ପ୍ରତି ବିଶେଷ ଧୢାନ ଦେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ଶାସନରେ ଥିବା ଲୋକଙ୍କ ସହିତ ସ˚ପର୍କ ବଢ଼ିବ। ତାଙ୍କ ଦ୍ବାରା ଭବିଷ୍ୟତରେ ଲାଭ ପାଇବେ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବ˚ ସଫଳ ହେବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଅମ୍ବିକା।

ମକର: ଦିନଟି ଆପଣଙ୍କ ପାଇଁ ଭଲ ରହିବ। ପୁଞ୍ଜି ବଜାରରେ ଅର୍ଥନିବେଶ କରନ୍ତୁ; ଲାଭ ପାଇବେ। ବ୍ୟବସାୟରେ ବିକ୍ରି ବଢ଼ିବ ଓ ଆର୍ଥିକ ଲାଭ ହେବ। ଯୁବତୀମାନେ ପ୍ରିୟବନ୍ଧୁଙ୍କ ସହିତ ଗପସପରେ ସମୟ ବିତେଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବିରଜା।

କୁମ୍ଭ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ନୂଆ କାର୍ଯ୍ୟକୁ ନେଇ ଯୋଜନା ପ୍ରସ୍ତୁତ କରିବେ। ବୟୋଜ୍ୟେଷ୍ଠଙ୍କ ସହିତ ସମ୍ବନ୍ଧ ଭଲ ହେବ। ପାରିବାରିକ ଜୀବନରେ ସୁଖୀ ରହିବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

ମୀନ: ପୂଜାର୍ଚ୍ଚନାରେ ଅଧିକ ଏକାଗ୍ରତା ଅନୁଭବ କରିବେ। ବୟୋଜ୍ୟେଷ୍ଠଙ୍କ ପ୍ରତି ମନରେ ଦୟାଭାବ ବଜାୟ ରହିବ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ବ୍ୟବସାୟ ବିସ୍ତାର ପାଇଁ ସୁଯୋଗ ପାଇବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀ ଗଣେଶ।

ସମ୍ବନ୍ଧିତ ଖବର