ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂରା ଦିନ ସ୍ଫୂର୍ତ୍ତିଶୀଳ ରହିବେ। ଆପଣଙ୍କ ପରିଶ୍ରମର ଉଚିତ ପରିଣାମ ପ୍ରାପ୍ତ ହେବ। ଆପଣଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ସମାଚାର ମିଳିବ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଛାତ୍ରମାନଙ୍କର ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ତୀ।

ବୃଷ: ପୁରୁଣା କଥାକୁ ନେଇ ଚିନ୍ତାରେ ରହିପାରନ୍ତି। କୌଣସି କାମ ଆରମ୍ଭ କରିବା ପୂର୍ବରୁ ବଡ଼ଙ୍କ ରାୟ ନିଅନ୍ତୁ। ଜୀବନସାଥୀଙ୍କ ସହିତ ମତଭେଦ ହେବାର ସମ୍ଭାବନା। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମହାଦେବ।

ମିଥୁନ: ଆଜି କିଛି ନୂଆ ଶିଖିବାର ଅବସର ମିଳିବ। ସାହିତ୍ୟିକଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। କାରବାରରେ ଧନଲାଭ ହେବାର ସମ୍ଭାବନା। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ପ୍ରେମ ପ୍ରସଙ୍ଗ ଲାଗି ନୂଆ ସମ୍ଭାବନା ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

କର୍କଟ: ସାରା ଦିନ ଖୁସି ମନରେ ରହିବେ। ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଆପଣ କିଛି ନୂଆ କରିବା ପାଇଁ ଭାବିପାରନ୍ତି। ଚାକିରିଆଙ୍କ ଲାଗି ଲାଭର ସ୍ଥିତି ଉତ୍ପନ୍ନ ହେବ। ପୁରୁଣା କଥା ଦାଂପତ୍ୟ ଜୀବନକୁ ମଧୁର କରିବ। ଶୁଭରଙ୍ଗ: ନୀଳ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ବେପାରରେ ଅଚାନକ ଧନଲାଭର ଅବସର ପ୍ରାପ୍ତ ହେବ। ଆପଣ ପରିବାରର ଦାୟିତ୍ବକୁ ପୂରା କରିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

କନ୍ୟା: ଅନ୍ୟମାନଙ୍କର ସାହାଯ୍ୟ ନେବାକୁ ରହିବେ। କୌଣସି କାମରେ ବ୍ୟସ୍ତତା ଟିକେ ଅଧିକ ହୋଇପାରେ। ବେପାରରେ ଲାଭ ହେବାର ଆଶା ରହିଛି। ଭୌତିକ ସୁଖ ସାଧନରେ ବୃଦ୍ଧି ହେବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ନିଜକୁ ଊର୍ଜାବାନ ଅନୁଭବ କରିବେ। ଦାୟିତ୍ବକୁ ନିର୍ବାହ କରିବାରେ ସଫଳ ହେବେ। ଅଚାନକ ଘରକୁ କୌଣସି ମିତ୍ର ଆସିପାରନ୍ତି। ବିବାହିତଙ୍କ ଲାଗି ଦିନଟି ଠିକ୍‌ଠାକ୍‌ ରହିବ। ଛାତ୍ରମାନେ ପଢ଼ିବା ସହିତ ଖେଳକୁଦରେ ଭାଗ ନେବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭୈରବୀ।

ବିଛା: ଦିନଟି ଆପଣଙ୍କ ଲାଗି ଖୁସି ନେଇ ଆସିଛି। ବ୍ୟବସାୟ ଓ ଚାକିରିରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଜୀବନସାଥୀଙ୍କର ଉନ୍ନତି ହେତୁ ଜୀବନରେ ମଧୁରତା ଆସିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଯାଈ।

ଧନୁ: ପୂଜାପାଠରେ ଅଧିକ ସମୟ ବିତିବ। ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ନୂଆ ଚୁକ୍ତି ଓ ଅନୁବନ୍ଧ ପାଇଁ ସମୟ ଶୁଭ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଶ˚ସା ହେବ। ପରିବାର ଲୋକଙ୍କ ଠାରୁ ଖୁସି ମିଳିପାରେ। ଶୁଭରଙ୍ଗ: ବାଦାମୀ। ଆରାଧନା: ହର ପାର୍ବତୀ।

ମକର: କୌଣସି କାମକୁ ତରବରିଆ କରନ୍ତୁ ନାହିଁ। ପଇସା ସହିତ ସମ୍ବନ୍ଧିତ କୌଣସି କାମରେ ବାଧା ଉତ୍ପନ୍ନ ହେବ। ମିତ୍ରଙ୍କ ସହିତ ମତଭେଦ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଟିକେ ସାବଧାନ ରହନ୍ତୁ। ଛାତ୍ରମାନେ ଲେଖାପଢ଼ାରେ ଅଧିକ ମନୋଯୋଗ ଦେବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ଶ୍ରୀଗଣେଶ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। କ୍ୟାରିଅରରେ ସଫଳତା ମିଳିବ। ଆପଣ ନୂଆ ଲୋକମାନଙ୍କ ସହିତ ସ˚ପର୍କ ଗଢ଼ିବେ। ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ପାରିବାରିକ ସ୍ତରରେ ଖୁସିର ବୃଦ୍ଧି ହେବ। ସୁଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ମୀନ: ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ଭାବିଥିବା କାର୍ଯ୍ୟର ଗତି ମଜଭୁତ ରହିବ। ଆପଣଙ୍କୁ କର୍ତ୍ତୃପକ୍ଷଙ୍କ ଠାରୁ ସକାରାତ୍ମକ ଉତ୍ତର ମିଳିପାରେ। ଘରୋଇ ସାମଗ୍ରୀ କିଣିପାରନ୍ତି। ଦାଂପତ୍ୟ ଜୀବନରେ ସୁଖ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଗାୟତ୍ରୀ।

ସମ୍ବନ୍ଧିତ ଖବର